ଟାଇପ୍-୨ ଡାଇବେଟିସ୍ ଆଶଙ୍କା ବଢ଼ାଇଥାଏ ଏହି ଖାଦ୍ୟ, ଖାଇବାରୁ ଦୂରେଇ ରୁହନ୍ତୁ

Published By : Prameya-News7 Bureau | December 16, 2022 IST

ନୂଆଦିଲ୍ଳୀ, ୧୬/୧୨: ଆଜିକା ସମୟରେ ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି। ଡାଇ​‌ବେଟିସ୍‌ର ସାଧାରଣତଃ ଦୁଇଟି ସ୍ତର ରହିଛି। ଯେଉଁଥିରେ ଟାଇପ୍୨ ଡାଇବେଟିସ୍ ଅଧିକ ଗମ୍ଭୀର ହୋଇଥାଏ। ଟାଇପ୍‌ ୨ ଡାଇବେଟିସ୍‌ର ଅନେକ କାରଣ ହୋଇପା​ରେ। ଡାଇବେଟିସ୍‌ର ସବୁଠୁ ମୁଖ୍ୟ କାରଣ ହେଉଛି ଆମର ଖାଦ-ପେୟ। ଅଧିକ ମାତ୍ରାରେ ସୁଗାର ବା ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ବାରା ଅସୁବିଧା ବଢ଼ିଥାଏ। ତେଣୁ ଏହି ଭଳି ଖାଦ୍ୟ ଖାଇବାଠାରୁ ଆମକୁ ଦୂରେଇ ରହିବା ଭଲ। ତେବେ ଆସନ୍ତୁ ଜାଣିବା କିଛି ଖାଦ୍ୟ ବିଷୟରେ ଯାହାକୁ ଖାଇବାଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

wp:list
  • ସୋଡା ଏବଂ ଅନ୍ୟ ସଫ୍ଟ ଡିଙ୍କ୍ସ ପିଇବା ଦ୍ବାରା ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ବଢ଼ିଥାଏ। ଡାକ୍ତର ମଧ୍ୟ ସଫ୍ଟ ଡ୍ରିଙ୍କସଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି।
  • ମାଂସ ରେ କାର୍ବେହାଇଡ୍ରେଟ୍ ନଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଡାଇବେଟିସ୍ ହେବ ନାହିଁ। ୬୩ ହଜାରରୁ ଅଧିକ ଚୀନ ଲୋକଙ୍କ ଉପରେ ହୋଇଥିବା ଏକ ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ ରେଡ୍ ମିଟ୍ ଖାଇବା ଦ୍ବାରା ଟାଇପ୍ ୨ ଡାଇବେଟିସ୍ ଆଶଙ୍କା ବଢ଼ିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠା​​‌ରେ ଏହି ଆଶଙ୍କା ବଢ଼ିଥାଏ।
  • ଫଳରେ ଅନେକ ଭିଟାମିନ୍, ମିନେରାଲ, ଫାଇବର ଏବଂ ପୋଷକ ତତ୍ତ୍ବ ମିଳିଥାଏ। କିନ୍ତୁ ଜାମ୍, ଜେଲି, ମିଠା ସ୍ନାକ୍ସରେ ମିଳୁଥିବା ଫଳରେ ସୁଗାରର ମାତ୍ରା ଅଧିକ ରହିଥାଏ। ଏଥିପାର୍ଇ ଏହାକୁ ଖାଇବାଠାରୁ ଦୂରେଇ ରହିବା ଦରକାର।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.