ଶୀତଦିନେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଜିନିଷ :ଶରୀରକୁ ଭିତରୁ ରଖିଥାଏ ଉଷ୍ମ
27/11/2020 at 5:23 PM

ଶୀତଦିନେ ଥଣ୍ଡାର ପ୍ରକୋପରୁ ରକ୍ଷା ପାଇବା ପାଇଁ କେବଳ ଉଷ୍ମ ପୋଷାକ ଯଥେଷ୍ଟ ହୋଇନଥାଏ ବରଂ ଏହି ଋତୁରେ ନିଜ ଡାଏଟରେ ଏପରି ଜିନିଷ ସାମିଲ କରିବା ଉଚିତ୍ ଯାହା ଶରୀରକୁ ଭିତରୁ ଗରମ ରଖିଥାଏ। ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟପେୟ ବିଷୟରେ ଯାହା ଶରୀରକୁ ଉଷ୍ମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ।

୧.ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫୃଟସ୍ ଶରୀରକୁ ଉଷ୍ମ ରଖିଥାଏ ଏଥିପାଇଁ ଏଗୁଡ଼ିକ ଶୀତଦିନେ ନିଶ୍ଚୟ ଖାଇବା ଆବଶ୍ୟକ। ଏହା ବ୍ୟତୀତ ଆପଣ କ୍ଷୀରରେ ଖଜୁରୀ ପକାଇ ମଧ୍ୟ ଖାଇ ପାରିବେ। ଖଜୁରୀ କ୍ୟାଲସିୟମ୍ ଏବଂ ଆଇରନରେ ଭରପୂର ହୋଇଥାଏ ଯାହା ଶରୀରକୁ ପ୍ରାକୃତିକ ଭାବେ ଉଷ୍ମ ରଖିଥାଏ। ଏହା ବ୍ୟତୀତ ଏହା ଶକ୍ତି ମଧ୍ୟ ବଢ଼ାଇଥାଏ।

୨. ଘିଅ : ଘିଅରେ ଆୟୁର୍ବେଦିକ ଗୁଣ ଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶୁଦ୍ଧ ଘିଅରେ ଅନସ୍ୟାଚୁରେଟେଡ ଫ୍ୟାଟ୍ ହୋଇଥାଏ ଯାହା ଶରୀରକୁ ଉଷ୍ମ ଏବଂ ସୁସ୍ଥ ରଖିଥାଏ। କେବଳ ଏତିକି ନୁହେଁ ଘିଅ ଶୀତଦିନେ ଶୀତଦିନର ଆଳସ୍ୟକୁ ମଧ୍ୟ ଦୂର କରିଥାଏ।

୩. ଚେର ଜାତୀୟ ପରିବା : ଗାଜର,ମୂଳା,ଆଳୁ,ପିଆଜ ଏବଂ ରସୁଣ ଭଳି ଚେର ଜାତୀୟ ପରିବାର ଉଷ୍ମ ହୋଇଥାଏ। ଏହି ପରିବା ଧୀରେ ଧୀରେ ପଚିଥାଏ ଯାହା ଫଳରେ ଶରୀରରେ ଉଷ୍ମତା ଜାତ ହୋଇଥାଏ। ଶରୀରକୁ ପ୍ରାକୃତିକ ଭାବେ ଉଷ୍ମ ରହିବା ପାଇଁ ନିଜ ଡାୟେଟରେ ଏହି ପରିବା ଗୁଡ଼ିକ ଅଧିକରୁ ଅଧିକ ସାମିଲ କରନ୍ତୁ। ଏହି ପରିବା ଶରୀରକୁ ସୁସ୍ଥ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।

୪. ମହୁ : ଶୀତଦିନେ ଖାଦ୍ୟରେ ମିଠା ଜିନିଷ ବଦଳରେ ମହୁ ବ୍ୟବହାର କରନ୍ତୁ। ମହୁ ଶରୀରକୁ ଉଷ୍ମ ରଖିଥାଏ। ଏହାକୁ ସାଲାଡରେ ଉପରୁ ପକାଇ ମଧ୍ୟ ଖିଆ ଯାଇପାରିବ। ମଧୁମେହ ରୋଗୀଙ୍କୁ ମହୁ ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
