ଏକାକୀ ଝିଅ Google ରେ ସର୍ଚ୍ଚ କରନ୍ତି ଏହି ୫ଟି ଜିନିଷ, ଜାଣନ୍ତୁ କ’ଣ ?

Published By : Prameya-News7 Bureau | June 21, 2022 IST

ନୂଆଦିଲ୍ଲୀ ୨୧।୬: ଗୁଗଲ ଏବେ ସମ୍ପୂର୍ଣ୍ଣ ସଭ୍ୟତାକୁ କବଳିତ କରି ରଖିଛି। ଛୋଟ ଛୁଆଟିଏ ତାର ପ୍ରଶ୍ନକୁ ନେଇ ଆଉ ପିତାମାତା ନିକଟକୁ ଯାଉନି ସିଧା ଗୁଗଲ ସର୍ଚ୍ଚ ଇଞ୍ଜିନ ସାଉଁଟୁଛି। ମାତ୍ର କିଛି ସମୟରେ ମିଳି ଯାଉଛି ପ୍ରଶ୍ନର ଉତ୍ତର। ମଝିରେ ମଝିରେ ଗୁଗଲ ସର୍ଚ୍ଚ ବିହେଭିୟର ରିପୋର୍ଟ କରିଥାନ୍ତି। ଏଥିରେ କେଉଁ ବର୍ଗର କେତେ ଲୋକ କି ପ୍ରକାର ସର୍ଚ୍ଚ କରୁଛନ୍ତି ସେ ନେଇ ରିପୋର୍ଟରେ ବିସ୍ତୃତ ସୂଚନା ଥାଏ। ଏଥିରେ ଗୁଗଲ ଏବେ ଏକାକୀ ଝିଅମାନଙ୍କ ସର୍ଚ୍ଚ ରିପୋର୍ଟ ଜାରି କରିଛନ୍ତି। ଯାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ।

{"id":645084,"width":838,"height":522,"sizeSlug":"full","linkDestination":"none"}

କଣ ସର୍ଚ୍ଚ କରନ୍ତି ଝିଅମାନେ
ଝିଅମାନେ ଏକାକୀ ଥିବା ବେଳେ ସର୍ବାଧିକ ଯେଉଁ  ଅନଲାଇନ ସର୍ଚ୍ଚ କରନ୍ତି ସେଥିରେ ପ୍ରାୟତଃ ସପିଙ୍ଗ ସମ୍ପର୍କିତ ସର୍ଚ୍ଚ ଥାଏ। ଏଥିରେ ଝିଅମାନେ ସାଧାରଣତଃ ଲାଟେଷ୍ଟ ଡିଜାଇନ୍ ଓ କଲେକ୍ସନ ସର୍ଚ୍ଚ କରିଥାନ୍ତି। ଏହା ଛଡା ଝିଅମାନେ ବହୁତ କ୍ୟାରିୟର କନସିୟସ। ଏଣୁ ଖାଲି ସମୟରେ କ୍ୟାରିୟର ସମ୍ପର୍କିତ ଯାଞ୍ଚ ମଧ୍ୟ କରିଥାନ୍ତି। ଝିଅମାନେ ଚାକିରୀ ସମେତ କୋର୍ସ ଓ ବିଷୟ ସମ୍ପର୍କିତ ସର୍ଚ୍ଚ ମଧ୍ୟ କରିଥାନ୍ତି।

{"id":645085,"width":840,"height":629,"sizeSlug":"full","linkDestination":"none"}

ବ୍ୟୁଟି ଟିପସ୍‌
ଝିଅମାନେ କ୍ୟରିୟରକୁ ନେଇ ଯେପରି ତତ୍ପର ସେହିପରି ନିଜର ସୁନ୍ଦରତା ପ୍ରତି ମଧ୍ୟ ବେଶ ଯତ୍ନବାନ। ଏଣୁ ଖାଲି ସମୟ ପାଇଲେ ପ୍ରାୟ ସେମାନେ ଗୁଗଲରେ ବ୍ୟୁଟି ଟିପସ୍‌ ମଧ୍ୟ ସର୍ଚ୍ଚ କରନ୍ତି। ଏହା ଛଡା ମେକଅପର ବ୍ୟବହାର ଓ ଏ ସମ୍ପର୍କିତ ଟିପସ୍‌ ମଧ୍ୟ ବେଶ ସର୍ଚ୍ଚ ଓ ସେୟାର ମଧ୍ୟ କରିଥାନ୍ତି। ଯେଉଁଥିରେ ତ୍ୱଚା, ମୁହଁର ଯତ୍ନ ଆଦି ସମ୍ପର୍କରେ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଟ୍ରିଟମେଣ୍ଟ ଟିପସ୍‌ ମଧ୍ୟ ଖୋଜିଥାନ୍ତି।

{"id":645087,"width":839,"height":474,"sizeSlug":"full","linkDestination":"none"}

ମେହେନ୍ଦି ଡିଜାଇନ
ବିବାହ ହେଉ ଅଥବା ପର୍ବ ପର୍ବାଣୀ, ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ଖୁବ ପସନ୍ଦ କରନ୍ତି। ଏଥିରେ ଅଧିକାଂଶ ଝିଅଙ୍କର ମେହେନ୍ଦି ସଉକ ମଧ୍ୟ ଥାଏ। ଏଣୁ ଏକୁଟିଆ ବେଳେ ଝିଅମାନେ ଗୁଗଲରେ ମେହେନ୍ଦି ଡିଜାଇନ ସର୍ଚ୍ଚ କରନ୍ତି। ଝିଅମାନେ ଗୀତ ଶୁଣିବାକୁ ଓ ଗାଇବାକୁ ମଧ୍ୟ ପସନ୍ଦ କରନ୍ତି। ଏଣୁ ଏକୁଟିଆ ବେଳେ ରୋମାଣ୍ଟିକ ଗୀତ ସର୍ଚ୍ଚ କରିବା ସହ ଶୁଣିବାକୁ ମଧ୍ୟ ପସନ୍ଦ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.