ଜୁନ୍‌ରେ ନିଅଣ୍ଟିଆ, ଜୁଲାଇରେ ହେବ ଭଲ ବର୍ଷା: ଆସନ୍ତା ୪ ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Published By : Prameya-News7 Bureau | July 01, 2023 IST

ଭୁବନେଶ୍ୱର ୦୧/୦୭: ଜୁଲାଇରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆସନ୍ତା ୪ ବେଳକୁ ବଙ୍ଗେପସାଗରରେ ଲଘୁଚାପ ଏବଂ ୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେବ ।

୨ତାରିଖରୁ ଦକ୍ଷିଣ ଓ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଁ ଜାରି କରାଯାଇଛି । ଆଗକୁ ବର୍ଷାର ପରିଣାମ ବଢିବା ସହ ଘଡଘଡି ଜନିତ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ନିଅଣ୍ଟିିଆ ବର୍ଷାର ପରିମାଣ ଭରଣା କରିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ଜୁନ ମାସରେ ନିଅଣ୍ଟିଆ ବର୍ଷା ହୋଇଛି ।

ମୌସୁମୀ ବର୍ଷା ଯେତିକି ହେବା କଥା , ସେତିକି ହୋଇନାହିଁ । ୨୧ ଜିଲ୍ଲାରେ ବର୍ଷା ଅଭାବ ଥିବା ବେଳେ ୯ଜିଲ୍ଲା ଶୁଖିଲା ପଡିଛି । ବର୍ଷା ପରିମାଣ ୪୦ପ୍ରତିଶତରୁ ୭୩ ପ୍ରତିଶତ ନିଅଣ୍ଟିଆ ରହିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ, ଜୁଲାଇରେ ସାରା ଦେଶରେ ଭଲ ବର୍ଷା ହେବ । ଓଡିଶାରେ ମଧ୍ୟ ସବୁଠୁ ଅଧିକ ବର୍ଷା ହୋଇପାରେ ।

You can also read...

wp:embed {"url":"https://www.prameyanews7.com/monsoon-will-be-normal-in-july-temperature-likely-to-remain-high/","type":"wp-embed","providerNameSlug":"prameya-news-7"}
https://www.prameyanews7.com/monsoon-will-be-normal-in-july-temperature-likely-to-remain-high/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.