ରାଉରକେଲା ୫।୮: ତିନି ଦିନରେ ଚାରି ଥର ବିସ୍ଫୋରଣ ଘଟାଇଲେ ମାଓବାଦୀ । ତିନି ଦିନ ତଳେ ଅର୍ଥାତ୍ ଗତ ୨ ତାରିଖ ରାତି ପାଖାପାଖି ୭ଟା ସମୟରେ ରାଉରକେଲା ପୋଲିସ ଜିଲ୍ଲା ରେଞ୍ଜେଡା କରମପଦା ମଝିରେ ଥିବା ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଥିଲେ ମାଓବାଦୀ । ଆଉ ରେଳ ଧାରଣା ମରାମତି କରିବା ପାଇଁ ତା ପରଦିନ ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳ କର୍ମଚାରୀ । ପୂର୍ବରୁ ଲ୍ୟାଣ୍ଡ ମାଇନ୍ ପୋତିଥିଲେ ମାଓବାଦୀ, ବିସ୍ଫୋରଣରେ ରେଳ କର୍ମଚାରୀ ଈତୁଆ ଓରାମଙ୍କ ଜୀବନ ଗଲା । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୁଦ୍ଧିଆ ମୁଣ୍ଡା । ସେହି ଅଞ୍ଚଳରେ ପୃଥକ୍ ପୃଥକ୍ ଦୁଇଟି ସ୍ଥାନରେ ପୁଣି ଦୁଇଟି ବିସ୍ଫୋରଣ । ଯାହା ସୁନ୍ଦରଗଡ଼ ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀ ଜାହିର କରିଛନ୍ତି ଉପସ୍ଥିତି ।
ଏହି ଘଟଣା ପରେ ଦୁଇ ଦିନିଆ ଗସ୍ତ କରିଛନ୍ତି ADG ସଞ୍ଜୀବ ପଣ୍ଡା । ସୋମବାର ଘଟିଥିବା ଅଞ୍ଚଳ ଯାଇଥିବା ବେଳେ ମଙ୍ଗଳବାର ପଶ୍ଚିମାଞ୍ଚଳ ଡିଆଇଜି, ରାଉରକେଲା ଏସ୍ପିଙ୍କ ସହ ରାଉରକେଲାରେ ମାଓ ମୁକାବିଲା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ତାଙ୍କ ସହ ଥିଲେ ଆଇଜି ଅପରେସନ ଦୀପକ କୁମାର । ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ରାଉରକେଲାରେ ବଢ଼ିଛି ମାଓ ଗତିବିଧି । ୨୦୧୮ ମସିହା ପରଠୁ ଏଠାରେ ମାଓ ଗତିବିଧି ନଥିଲା, ଏବେ ବଢ଼ିଛି । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ, ଅଧିକ SOG ଓ ପୋଲିସ ଫୋର୍ସ ପଠାଇବୁ ।
You Can Read:
ସରକାର ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି, ଶ୍ରୀମନ୍ଦିରରେ କଡ଼ା ଚେକିଂ ନେଇ ପ୍ରକ୍ରିୟା ଆରମ୍ଭ ହେବ