ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ : ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

Published By : Prameya-News7 Bureau | July 29, 2025 IST

ଭୁବନେଶ୍ବର ୨୯।୭: ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି । ତଳିଆ ଅଞ୍ଚଳରେ ଯେଉଁଠି ସବୁ ପାଣି ଅଛି ଆଗାମୀ ଦିନରେ ତାହା ନିଷ୍କାସନ ହୋଇଯିବ । ବର୍ତ୍ତମାନ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।

ସୋମବାର ବିଶେଷ ବର୍ଷା ହୋଇ ନାହିଁ । ହୀରାକୁଦରେ ୨୦ଟି ଗେଟ୍‌ରେ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଲେବଲ ଅଛି ୬୧୪.୨୭ ଫୁଟ । ୨ ଲକ୍ଷ ୭୬ ହଜାର କ୍ୟୁସେକ ଇନ୍‌ଫ୍ଲୋ ଅଛି । ୩ ଲକ୍ଷ ୪୦ ହଜାର ପାଣି ନିଷ୍କାସିତ ହେଉଛି । ଆଗକୁ ବର୍ଷାର ପରିମାଣ ଦେଖି ପର୍ଯ୍ୟାୟ କ୍ରମେ ଆଗକୁ ବନ୍ଦ ହେବ ଗେଟ୍ । ରେଙ୍ଗାଲିରେ ୩ଟି ଗେଟ୍ ଖୋଲାଅଛି । ଜଳସ୍ତର ହ୍ରାସ ପାଉଛି । ୨ହଜାର ୪୯୦ କ୍ୟୁମେକ୍ ଜଳ ପ୍ରବେଶ କରୁଛି । ୪ ହଜାର ୬୦୦ କ୍ୟୁମେକ୍ ଜଳ ନିଷ୍କାସିତ ହେଉଛି । ଲେବଲ ରହିଛି ୧୨୧.୬୮ । କୌଣସି ପ୍ରକାରର ଖରାପ ସ୍ଥିତି ନାହିଁ । ବିପଦ ସଂକେତ ତଳେ ଜଳସ୍ତର ରହିଛି ।

ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର ବଢିଥିଲା । ବର୍ତ୍ତମାନ ତାହା କମିଛି । ବର୍ତ୍ତମାନ ତାହାର ଲେବଲ ଅଛି ୧୭.୩୫ । ଜଳସ୍ତର ବିପଦ ସଂକେତ ତଳେ ରହିଛି । ମୟୂରଭଞ୍ଜର ରାସଗୋବିନ୍ଦପୁରରେ ମିଟରର ଏକ ଘାଇ ହୋଇଥିଲା । ତାହାର କାମ ଚାଲିଛି ବୋଲି ଜଳସମ୍ପଦ ସର୍ବ୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

You Can Read:

ଫକୀରମୋହନ ଓ ବଳଙ୍ଗା ଘଟଣାରେ ବିକ୍ଷୋଭ କରିବ ବିଜେଡି : ଅଗଷ୍ଟ ୧ରୁ ଦ୍ଵିତୀୟ ଓ ୯ରୁ ତୃତୀୟ ପର୍ଯ୍ୟାୟ ଆନ୍ଦୋଳନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.