ମୁରିବାହାଲ ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

Published By : Prameya-News7 Bureau | October 01, 2022 IST

କଣ୍ଟାବାଞ୍ଜି,୦୧/୧୦: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପେଟ୍ରୋଲ ପମ୍ପରୁ ଚୋରୀ । ସଟର ତାଲା ଓ କାଚ ଭାଙ୍ଗି କ୍ୟାସ୍ ଟେବୁଲ ସହ ନଗଦ ୭୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଛି । ଚୋରି ହେବା ପରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ପେଟ୍ରୋଲ ପମ୍ପର ତାଲା ଓ କାଚକୁ ଭାଙ୍ଗି ୭୦ହଜାର ଟଙ୍କା ଚୋରିକରି ନେଇଥିବା ଜଣାପଡିଥିଲା ।

ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର, କଣ୍ଟାବାଞ୍ଜି ଏସଡିପିଓ, ମୁରିବାହାଲ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଟଙ୍କା ଥିବା କାଉଣ୍ଟର ଟେବୁଲକୁ ଦୁବୃର୍ତ୍ତ କେଉଁ ଆଡେ ଫୋଫାଡ଼ିଛନ୍ତି ତାହା ଜଣାପଡିନାହିଁ । ତେବେ ପେଟ୍ରୋଲ ପମ୍ପର ପଛ ପଟେ ସନ୍ଧାନୀ କୁକୁର ୧ କି.ମି ଦୂରରେ ଥିବା ଏକ ପୋଖରୀ ପାଖରେ ପହଞ୍ଚିଥିଲା । ପୋଖରୀରୁ ଚୋରି ସାମଗ୍ରୀର ଅଂଶ ବିଶେଷକୁ ପୋଲିସ ଉଦ୍ଧାର କରିଛି । ପାଣି ଭିତରକୁ ପଶି କ୍ୟାସ୍‌ ଟେବୁଲକୁ ପୋଲିସ ଖୋଜୁଥିବା ବେଳେ ଅଧିକ ତଦନ୍ତ ଚାଲିଛି ବୋଲି କଣ୍ଟାବାଞ୍ଜି ଏସଡିପିଓ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.