ଜଳେଶ୍ବର ୨୦।୬: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଡ଼ିହି ବ୍ୟାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ୍ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର ବଢୁଛି । ଫଳରେ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଦେଖାଦେଇଛି । ଉପର ମୁଣ୍ଡରେ ଗାଲୁଡ଼ିହି ବ୍ୟାରେଜରୁ ବର୍ତ୍ତମାନ ସମୟରେ ୨ ଲକ୍ଷ ୪୩ ହଜାର କ୍ୟୁସେକ୍ ଜଳ ଛଡା ଯାଉଛି । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ରାଜଘାଟ ଠାରେ ବଢିବାକୁ ଲାଗିଛି । ରାଜଘାଟ ଠାରେ ସତର୍କ ସୂଚନା ୯.୪୫ ମିଟର ଥିବାବେଳେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୯ ମିଟର ଉପରେ ପ୍ରଭାବିତ ହେଉଛି । କ୍ରମଶଃ ଜଳସ୍ତର ବଢିବାର ସମ୍ଭାବନା ରହିଛି । ପାଖାପାଖି ଦୁଇ ଘଣ୍ଟା ମଧ୍ୟରେ ଜଳସ୍ତର ବିପଦ ସଙ୍କେତରେ ବନ୍ୟାପାଣି ପ୍ରଭାବିତ ହେବ ବୋଲି ବିଭାଗୀୟ ଜେଇ ମୁକେଶ କୁମାର ଜ୍ୟୋତିଷ କହିଛନ୍ତି । ନଦୀରେ ବନ୍ୟା ସ୍ଥିତି ଦେଖା ଦେଇଥିବାରୁ ତଳିଆ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ସେପଟେ ସୁନ୍ଦରଗଡ଼ ଇବ୍ ନଦୀର ଜଳସ୍ତର ହଠାତ୍ ବଢିଯିବାରୁ ଟାପୁରେ ଜଣେ ଯୁବକ ଫଶିଯାଇଥିଲେ । ସୁନ୍ଦରଗଡ଼ କୁଡ଼ାବଗାରେ ନିର୍ମାଣାଧୀନ ବ୍ୟାରେଜ କାମ ଚାଲିଥିବା ବେଳେ ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ଯୁବକ ଇବ୍ ନଦୀର ବାଲି ଟାପୁରେ ରାତିରେ ଶୋଇ ପଡ଼ିଥିଲେ । ହଠାତ ନଦୀରେ ଜଳସ୍ତର ବୃଦ୍ଧି ପାଇ ପାଣି ଆସିଯିବାରୁ ଯୁବକ ଜଣକ ଫଶି ରହିଥିଲେ । ପାଖାପାଖି ୭ରୁ ୮ ଘଣ୍ଟା ଫଶି ରହିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ ।
You Can Read:
ଘରୁ ଡାକି ନେଇଥିଲେ ଦୁଇ ସାଙ୍ଗ, ଫୋନ୍ କଲ୍ ଆସିଥିଲା ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଛ ମୂଳେ ପଡ଼ିଛି