ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖାର ଜଳସ୍ତର, ପାଣି ନଛାଡୁଣୁ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି

Published By : Prameya-News7 Bureau | July 11, 2025 IST

ଜଳେଶ୍ବର ୧୧।୭: ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୯.୪୫ ମିଟର । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୦୭ ମିଟରରେ ପ୍ରବାହିତ ହେଉଛି । ଯାହା ଫଳରେ ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା ଦେଖାଦେଇଛି । 

ଗତ କିଛି ଦିନ ଭିତରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଥର ବନ୍ୟା ଆସିବା ଫଳରେ ବାଲିପାଳ  ବ୍ଲକର ଶତାଧିକ ୩୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯାଇଥିଲା । ବନ୍ୟାପାଣି ଚାଷ ଜମିରୁ ସମ୍ପୂର୍ଣ୍ଣ ନଛାଡୁଣୁ ପୁଣି ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 

ଏବେ ବାଲିଆପାଳ ବ୍ଲକର ଅନେକ ତଳିଆ ଅଞ୍ଚଳରେ ବନ୍ୟା ପ୍ରବେଶ କରିଥିବା ବେଳେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ ବୁଡି ରହିଛି, ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୩ରୁ ୪ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାତାୟତ ପାଇଁ ବୋଟ୍ ଉପରେ ନିର୍ଭର କରୁଛନ୍ତି । 

ବର୍ତ୍ତମାନ ସମୟରେ ପରିବା ଚାଷ, ଲଳିତା, ଧାନ ତଳି ପଚି ନଷ୍ଟ ହେବାକୁ ବସିଲାଣି ଯାହାକି ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି । ଖୁବ୍‌ଶୀଘ୍ର ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଦାବି କରିଛନ୍ତି ବନ୍ୟା ପ୍ରଭାବିତ ଲୋକ ।

You Can Read:

ଦନ୍ତେୱାଡା ଜିଲ୍ଲାରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ, ୯ ଜଣଙ୍କ ଉପରେ ଥିଲା ୨୮ଲକ୍ଷ ଟଙ୍କାର ପୁରସ୍କାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.