ଲକ ଡାଉନ୍ ନିୟମ ଭାଙ୍ଗି ୫ ହଜାର ଟଙ୍କା ଫାଇନ୍‌ ଦେଲେ ମିଠା ଦୋକାନୀ...

Published By : Prameya-News7 Bureau | March 23, 2020 IST

ସମ୍ବଲପୁର୨୩/୩: ରାଜ୍ୟରେ ଲକ୍ ଡାଉନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସମ୍ବଲପୁରରେ ଜଣେ ମିଠା ଦୋକାନୀଙ୍କୁ ୫ ହଜାର ଟଙ୍କା ଫାଇନ୍ କରାଯାଇଛି। କରୋନା ନେଇ ଜାରି ହୋଇଥିବା ଲକଡାଉନ୍ ବ୍ୟବସ୍ଥାକୁ ଅବମାନନା କରିବାରୁ ଫାଇନ କରିଛି ସମ୍ବଲପୁର ମହାନଗର ନିଗମ ।

{"id":242950,"sizeSlug":"large"}

ସମ୍ବଲପୁର ବୁଢାରଜାର ସାହୁ ମିଷ୍ଠାନ ଲକଡାଉନ୍ ଗାଇଡଲାଇନ୍ ନମାନି ଆଜି ଦୋକାନ ଖୋଲିଥିଲେ । ମହାନଗର ନିଗମ ଚେକିଂ କରୁଥିବାବେଳେ ଧରାପଡିଥିଲେ । ଧରାପଡିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ମହାନଗର ନିଗମ ।

{"id":242951,"sizeSlug":"large"}

ସେପଟେ ଭଦ୍ରକରେ ଲକ୍ ଡାଉନ ନିୟମ ଭାଙ୍ଗି ଜଣ ଗିରଫ । ନିୟମଭାଙ୍ଗି ଦୋକାନ ଖୋଲିଥିବାରୁ ଜଣଙ୍କୁ ପୋଲିସ ଗରିଫ କରିଛି । ସେହିପରି ଲକ୍ ଡାଉନ ବେଳେ ନିୟମ ଉଲଂଘନ ଅଭିଯୋଗରେ ୬୭ ହଜାର ଟଙ୍କା ଫାଇନ ଆଦାୟ କରିଛି ଭଦ୍ରକ ପରିବହନ ବିଭାଗ । ବାଇକ ଚାଳଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.