ଫୁଲୁଛି ମହାନଦୀ, ଚିନ୍ତାରେ ନଦୀ କୂଳିଆ ବସ୍ତି ବାସିନ୍ଦା

Published By : Prameya-News7 Bureau | August 14, 2022 IST

କଟକ, ୧୪/୮: ସୋମବାର ସକାଳେ ନରାଜ ଦେଇ କାଠଯୋଡ଼ିରେ ୯ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେବ । ଯାହାକି ନଦୀ କୂଳିଆ ବସ୍ତି ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ବିଶେଷ କରି ନୂଆପଡା ବାଲି ସାହି ବସ୍ତି, କାଠଯୋଡ଼ି ବିହାର ଓ ଧବଳେଶ୍ବର ଗଡାରେ ଥିବା ବସ୍ତିରେ ବନ୍ୟାଜଳ ପ୍ରବେଶ କରିପାରେ । ସେଥିପାଇଁ ନଦୀ କୂଳିଆ ଅଞ୍ଚଳର ରହୁଥିବା ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଉଛି । ସେଥିପାଇଁ ନିକଟସ୍ଥ ଅଞ୍ଚଳର ଥିବା ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଉଛି । ସୋମବାର ସ୍ଥିତି ଦେଖି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂହ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.