ଚଞ୍ଚକତା କରି ଲୁଟିଲେ ଜମାକାରୀଙ୍କ ଟଙ୍କା, ପୋଷ୍ଟ ମାଷ୍ଟର ଗିରଫ

Published By : Prameya-News7 Bureau | October 28, 2022 IST

ଉଦଳା: ପୋଷ୍ଟ ମାଷ୍ଟରଙ୍କ ଠାଣିକୁ ଦେଖିଲେ ଲାଗୁଛି ପୁରା ବଡି ବିଲଡର। ହେଲେ ବାବୁ ଜଣକ ହେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ପୋଷ୍ଟ ମାଷ୍ଟର। ଆଉ ଏହି ପୋଷ୍ଟ ମାଷ୍ଟର ଜଣକ ୨୬ ଲକ୍ଷରୁ ଅଧିକ ଟଙ୍କା ହେରଫେର କରିଥିବା ଖୋଦ ବିଭାଗୀୟ ଉପରିସ୍ଥ ଅଧିକାରୀ ତାଙ୍କ ନାମରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ।  ପୋଷ୍ଟ ମାଷ୍ଟର ଏବେ ପୋଲିସ ହେପାଜତରେ।

ଏ ବାବୁ ହେଉଛନ୍ତି ଉଦଳା ଥାନା ପାଟପୁର ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ଜ୍ୟୋତି ଶଙ୍କର ସାହୁ। ପୋଷ୍ଟ ମାଷ୍ଟର ଜଣକ ପୋଷ୍ଟ ଅଫିସରେ ୨୬ ଲକ୍ଷରୁ ଅଧିକ ଟଙ୍କା ହେରଫେର କରିଥିବା ପୋଷ୍ଟ ଅଫିସ ମୁଖ୍ୟ ଶାଖା ଅଧିକାରୀ ଅଭିଯୋଗ କରିଥିଲେ। ଯାହାକି ଆଜି ପୋଷ୍ଟ ମାଷ୍ଟର ଜ୍ୟୋତିଶଙ୍କରଙ୍କୁ ପୋଲିସ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଉଦଳା ଥାନା ଅଧିନ ଆଠପଡା ଗ୍ରାମରେ ଥିବା ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କ ଟଙ୍କା ଆତ୍ମସାତ କରିଥିବା ଘଟଣାରେ ତାଙ୍କୁ ଗ୍ରାମବାସୀ ଅଟକ ରଖିଥିବା ବେଳେ ଆଜି ପୁଣି ଜଣେ ପୋଷ୍ଟ ମାଷ୍ଟରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ।

ଯାହା ଫଳରେ ପୋଷ୍ଟ ଅଫିସରେ ଟଙ୍କା ରଖୁଥିବା ହିତାଧିକାରୀ ଏବେ ଦ୍ଵନ୍ଦରେ। ସେପଟେ ଆଜି ଗିରଫ ହୋଇଥିବା ପୋଷ୍ଟ ମାଷ୍ଟର ଜ୍ୟୋତିଶଙ୍କର ଏତେ ଟଙ୍କା କଲେ କଣ ଏବଂ କିଭଳି ହେରଫେର କରିଲେ ତାହାର ଖୋଳତାଡ଼ କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.