୧୨ ହଜାର ଟଙ୍କା ପାଇଁ ଫସିଗଲେ ସରକାରୀ ବାବୁ: ଚାଷୀଙ୍କ ତାର ବାଡ଼ ହଡ଼ପ କରୁଥିଲେ, ମାଡ଼ି ବସିଲା ପୋଲିସ

Published By : Prameya-News7 Bureau | October 10, 2021 IST

ରାଉରକେଲା ୧୦/୧୦ ମାତ୍ର ୧୨ ହଜାର ଟଙ୍କାର ସରକାରୀ ଜିନିଷ ହଡ଼ପ କରି ହରଡ଼ଘଣାରେ ସରକାରୀ ବାବୁ। ସରକାରୀ ଜିନିଷ ଘରକୁ ନେଉଥିବା ବେଳେ ଧରାପଡି ବନ୍ଧା ହେଲେ ସରକାରୀ ବାବୁ । ସୁନ୍ଦରଗଡ଼ ଲେପ୍ରିପଡ଼ ବ୍ଳକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତି ଠାରୁ ସୁନ୍ଦରଗଡ଼ ଟାଉନ ଥାନାରେ ଅଟକ ଅଛନ୍ତି। ଚାଷୀଙ୍କ ପାଇଁ ଆସିଥିବା ତାର ବାଡ଼ ହଡ଼ପ କରିଥିବା ଗୌରାଙ୍ଗ ପ୍ରଧାନଙ୍କ ନାମରେ ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ, ସୁନ୍ଦରଗଡ଼ ଲେପ୍ରିପଡ଼ ବ୍ଳକର ଫଳ ଓ ଉଦ୍ୟାନ ବିଭାଗର ଓଭରସିଅର ଗୌରାଙ୍ଗ ପ୍ରଧାନ ଗତକାଲି ରାତି ପ୍ରାୟ ସାଢେ ୮ଟାରେ ସଦର ଥାନା କରମଡ଼ହିରୁ ତାରା ନାମକ ଘରୋଇ ବସରେ ଚାଷୀଙ୍କ ପାଇଁ ଆସିଥିବା ତାର ବାଡ଼କୁ ଲୋଡ଼ କରି ନିଜ ଗାଁ ନୁଆପଡ଼ାକୁ ନେଉଥିଲେ ।

ଖବର ପାଇ ସୁନ୍ଦରଗଡ଼ ଟାଉନ ପୋଲିସ ଗୌରାଙ୍ଗଙ୍କୁ ସୁନ୍ଦରଗଡ଼ ସହରରେ ଧରିପକାଇଛନ୍ତି । ବସରୁ ୬ ବଣ୍ଡଲ ତାର ବାଡ଼ ପୋଲିସ ଜବତ କରିବା ସହ ସରକାରୀ ବାବୁ ଗୌରାଙ୍ଗ ପ୍ରଧାନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି। ତେବେ ଗୌରାଙ୍ଗଙ୍କ ନାମରେ ପୂର୍ବରୁ ବହୁ ଦୁର୍ନିତୀ ଅଭିଯୋଗ ରହିଛି। ଏନେ ପୋଲିସ ଅଧିକ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.