FM କଲେଜରେ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସହ ଉଚ୍ଚଶିକ୍ଷା ତଦନ୍ତକାରୀ ଟିମ୍‌ର ତନାଘନା, ସେପଟେ ଗୁମର ଖୋଜୁଛି କ୍ରାଇମବ୍ରାଞ୍ଚ

Published By : Prameya-News7 Bureau | July 18, 2025 IST

ବାଲେଶ୍ବର ୧୮୭: ବାଲେଶ୍ବର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଭିନ୍ନ ଦିଗକୁ ନେଇ ତନାଘନା ଜାରି ରହିଛି । କଲେଜରେ ପହଞ୍ଚିଲେ ତଦନ୍ତକାରୀ ଟିମ୍‌ । ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍‌ ପହଞ୍ଚିଛି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା ପାଇଁ ଟିମ୍ ପହଞ୍ଚିଛି । ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରୁଥିବା ଜଣାପଡିଛି ।

କଲେଜରେ ପହଞ୍ଚିଛି UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ । ଦିଲ୍ଲୀରୁ ଆସି ବାଲେଶ୍ବରରେ ପହଞ୍ଚିଛି ୪ ଜଣିଆ ଟିମ୍‌ । ଭାରପ୍ରାପ୍ତ ଅଧ୍ୟକ୍ଷ, ICC ସଦସ୍ୟଙ୍କ ଆଲୋଚନା ନେଇ ସୂଚନା ରହିଛି ।

କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ କଲେଜରେ ତନାଘନା କରିଛି । ICC ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା କରିଥିବା ଜଣାପଡିଛି । 

ସେପଟେ ମୃତ ଛାତ୍ରୀଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ୍‌ ଟିମ୍‌ ପଚରାଉଚରା କରିଛି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଳାସିଆ ଗାଁରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି । ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରୁଥିବା ଜଣାପଡିଛି ।

You Can Read:

ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ, ଦିଅର ଆକ୍ରମଣରେ ଭାଉଜଙ୍କର ମୃତ୍ୟୁ

 

  • odisha
  • OdishaNews
  • FM College Student Death
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.