ଭୁବନେଶ୍ବର ୧୦।୭: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଓ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମଧ୍ୟରେ ବିବାଦ ଗମ୍ଭୀର ହେବାକୁ ଲାଗିଛି । ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟିକା ସୀମାରାଣୀ ନାୟକ । ସେ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ସ୍ପଷ୍ଟୀକରଣ ରଖି ସାରିଛନ୍ତି । ଆମ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି, ଆଗକୁ ମଧ୍ୟ ଦେବେ । ମହିଳା ଭାବେ କହିବି ଯାହା ହୋଇଛି ଠିକ୍ ନୁହେଁ । କିନ୍ତୁ ସନ୍ତୋଷ ଖଟୁଆ ନିଜେ ସ୍ପଷ୍ଟୀକରଣ ରଖି ସାରିବା ପରେ ତାକୁ ରାଜନୈତିକ ମୁଦ୍ଦା ବନେଇବା ଠିକ୍ ନୁହେଁ । ବିରୋଧୀ ଦଳ ଭାବେ ବିଜେଡି ନିଜ ଅସ୍ତିତ୍ବ ବଞ୍ଚେଇବାକୁ ଆନ୍ଦୋଳନ କରୁଛି । ବିରୋଧୀଙ୍କ କହିବା ଅନୁଯାୟୀ, କେହି ଗିରଫ ହୁଅନ୍ତି ନାହିଁ । ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବା କଥା ସରକାର ନେବେ ।
You Can Read:
ରାହୁଲ ଗାନ୍ଧୀ ଓ ଖଡ୍କେଙ୍କ ଗସ୍ତ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି କରିବ