ମନୀଷ ସିସୋଦିଆଙ୍କୁ ୫ ଏପ୍ରିଲ୍‌ ପର୍ଯ୍ୟନ୍ତ ଜେଲ୍‌, ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

Published By : Prameya-News7 Bureau | March 22, 2023 IST

ନୂଆଦିଲ୍ଳୀ, ୨୨/୦୩: ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମାମଲା​‌ରେ ମନୀଷ ସିସୋଦିଆଙ୍କୁ ଏବେ ଆଉ କିଛି ଦିନ ଜେଲରେ ରହିବାକୁ ହେବ। ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ସିସୋଦିଆଙ୍କୁ ରାଉଜ ଆାଭିନ୍ୟୁ କୋର୍ଟ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।  

ଅବକାରୀ ନୀତି ମାମଲାରେ ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପାଞ୍ଚ ଦିନିଆ ରିମାଣ୍ଡ ଶେଷ ହେବା ପରେ ବୁଧବାର ଇଡି ମନୀଷଙ୍କୁ ରାଉଜୁ ଆଭିନ୍ୟୁ କୋର୍ଟ​‌ରେ ହାଜର କରିଥିଲା। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ସିସୋଦିଆଙ୍କୁ ପଚରା ଉଚରା ପାଇଁ ଆଉ ରିମାଣ୍ଡ ମାଗିନାହିଁ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ସିସୋଦିଆଙ୍କୁ ୫ ଏପ୍ରିଲ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏବେ ସିସୋଦିଆଙ୍କୁ ଆଗାମୀ କିଛି ଦିନ ଆହୁରି ଜେଲ୍‌ ବିତାଇବାକୁ ହେବ।

ଏହା ପୂର୍ବରୁ ୨୧ ମାର୍ଚ୍ଚରେ ମନୀଷ ସିସୋଦିଆ ଅବକାରୀ ନୀତି ମାମଲାରେ ଜାମିନ୍‌ ପାଇଁ ଅଦାଲତଙ୍କ ଦ୍ବାରା ହୋଇଥିଲେ। ଯାହା ଉପରେ ଅଦାଲତ ସ୍ବତନ୍ତ୍ର ବିଚାରପତି ଏମ.କେ. ନାଗପାଳ ଇଡିକୁ ନୋଟିସ୍‌ ଜାରି କରି ୨୫ ମାର୍ଚ୍ଚ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ​ ଦେଇଥିଲେ। ଅଦାଲତ ୧୭ ମାର୍ଚ୍ଚରେ ମନୀଷ ସିସୋଦିଆଙ୍କୁ ଇଡି ହେପାଜତକୁ ପାଞ୍ଚ ଦିନ ବଢ଼ାଇ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇଥିଲେ।

ସୂଚନାଥାଉ, ମନୀଷଙ୍କୁ ସିବିଆଇ ୨୬ ଫେବ୍ରୁଆରୀରେ ଗିରଫ କରିଥିଲା ସିବିଆଇ। ଏହାପରେ ତାଙ୍କୁ ତିହାଡ଼ ଜେଲରେ ରଖାଯାଇଥିଲା। ଯେଉଁଠାରୁ ପରବର୍ତ୍ତୀ ସମୟରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.