ଡବଲ୍ ମର୍ଡର : ମାଟି ତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର, ଅଭିଯୁକ୍ତ ସ୍ଵାମୀ ଗିରଫ

Published By : Prameya-News7 Bureau | July 29, 2025 IST

ବାରିପଦା ୨୯।୭: ପିଶାଚ ସ୍ୱାମୀ, ହତ୍ୟା କଲା ସ୍ତ୍ରୀ ଓ ନିଜ ଶାଶୁଙ୍କୁ । ମୃତକ ହେଲେ ସ୍ତ୍ରୀ ସୋନାଲି ଦଳାଇ ଓ ଶାଶୁ ସୁମତା ଦଳାଇ । ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ । ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସରପଙ୍ଖା ବଡ଼ ନୂଆଗାଁରେ ଏଭଳି ଡବଲ ମର୍ଡର ଘଟିଛି । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଉଭୟ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ଅଭିଯୁକ୍ତ । ଗତ ୧୨ ତାରିଖରେ ବାପଘରୁ ସ୍ବାମୀ ଘରକୁ ଆସିଥିଲା ମୃତକ ସୋନାଲି ଓ ତାଙ୍କ  ମା’ । ପୂର୍ବରୁ ପାରିବାରିକ କଳହ ପାଇଁ ବାପଘରେ ରହୁଥିଲା ସୋନାଲି । ସେପଟେ ବାପଘରୁ ଆସିବା ପରେ ଗତ ୧୦ ଦିନ ଧରି ମା’ ଓ ଝିଅ ନିଖୋଜ ଥିବାର ଅଭିଯୋଗ କରିଥିଲେ ମୃତକ ସୋନାଲିଙ୍କ  ପରିବାର ଲୋକ । ଦୀର୍ଘ ଦିନ ଧରି କୌଣସି ଖବର ନମିଳିବାରୁ କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଖୋଲିଛି ଗୁମର । ଉଭୟ ଝିଅ ଓ ଶାଶୁ ମା’କୁ ଗତ ୧୫ ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲା ବୋଲି ସ୍ବୀକାର କରିଛି ଅଭିଯୁକ୍ତ ପିଶାଚ ସ୍ବାମୀ ।

ଗତ ୨୫ ତାରିଖରେ ଗାଁର ଜଣେ ସମ୍ପର୍କୀୟା ଖୁଡିଙ୍କୁ ସ୍ବପ୍ନରେ ଆସି ସୋନାଲି ନିଜ ମୃତ୍ୟୁ ବିଷୟରେ କହିଥିଲେ ବୋଲି ସମ୍ପର୍କୀୟା ଖୁଡି କହିଛନ୍ତି । ତାପରେ ସନ୍ଦେହ ବଢିବାରୁ ଗାଁ ଲୋକଙ୍କ ସହାୟତାରେ ଅଧିକ ଖୋଜାଖୋଜି କରିଥିଲେ । ଶେଷରେ ସ୍ବପ୍ନ ଅନୁସାରେ ଘର ପଛ ଲେମ୍ବୁ ବଗିଚାରେ ଏକ ସ୍ଥାନରେ ନୂଆମାଟି ଖୋଳା ହେବାର ଦେଖି ଅଧିକ ସନ୍ଦେହ ହୋଇଥିଲା । ଅଭିଯୁକ୍ତ ଦେବାଶିଷକୁ ଗାଁ ଲୋକେ ବାନ୍ଧି ମାଡ ମାରିବାରୁ ସେ ହତ୍ୟାକରି ପୋତିବା କଥା ସ୍ବୀକାର କରିଥିଲା ।

You Can Read:

ମହାନଦୀ ଚାଉଁରପୁର ସେତୁରୁ ଡେଇଁ ଯୁବକ ନିଖୋଜ, ଖୋଜୁଛି ଅଗ୍ନିଶମ ବାହିନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.