କୋଚ୍‌ଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ଖେଳାଳି : ଜାଣନ୍ତୁ ତାଙ୍କ ପ୍ରେମ କାହାଣୀର ଅକୁହା କଥା...

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯ : ଭାରତର ପୂର୍ବତନ ଓ ଉଜ୍ବଳ ବ୍ୟାଟ୍ସମ୍ୟାନ୍ ଓ ଚେନ୍ନାଇ ସୁପର୍ କିଙ୍ଗସର ଷ୍ଟାର୍ ଖେଳାଳି ସୁରେଶ ରାଇନାଙ୍କୁ ଫ୍ୟାମିଲି ମ୍ୟାନ୍ କୁହାଯାଏ। ରାଇନା କ୍ରିକେଟ୍‌ ଗ୍ରାଉଣ୍ଡରେ ବିପକ୍ଷ ଟିମ୍‌କୁ ପଡିଆରେ ଧୋଇ ଦିଅନ୍ତି । ହେଲେ ଆଜି ଆମେ ତାଙ୍କ କ୍ୟାରିୟର ବିଷୟରେ ନୁହଁ ବରଂ ଲଭ୍‌ ଲାଇଫ୍‌ ବିଷୟରେ କହିବାକୁ ଚାହୁଁଛୁ । ନିକଟରେ ସିଏସ୍‌କେର ଏକ ଭିଡିଓରେ ସେ ତାଙ୍କ ପତ୍ନୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ପରିବାର ସମ୍ବନ୍ଧରେ କିଛି ରୋଚକ କଥା ସେୟାର୍ କହିଛନ୍ତି। ଯାହା ଫିଲ୍ମ ସ୍କ୍ରିପ୍ ଠାରୁ କମ୍ ନୁହେଁ ।

ଖବର ଅନୁଯାୟୀ, ସୁରେଶ ରାଇନା ପିଲାଦିନେ ପ୍ରିୟଙ୍କାଙ୍କ ପିତା ସତ୍ୟପାଲ ଶର୍ମାଙ୍କଠାରୁ କ୍ରୀଡ଼ା ତାଲିମ୍ ନେଇଥିଲେ। ରାଇନା ଏବଂ ପ୍ରିୟଙ୍କାଙ୍କ ବାପା ମୁରାଦନଗର ଅର୍ଡାନ୍ସ କାରଖାନାରେ ଏକାଠି କାମ କରୁଥିଲେ ଏବଂ ସେମାନଙ୍କ ପରିବାର ସେହି କାରଖାନାରେ ନିର୍ମିତ କ୍ୱାର୍ଟରରେ ରହୁଥିଲେ, ଯେଉଁଥିପାଇଁ ପ୍ରିୟଙ୍କା ଏବଂ ସୁରେଶ ରାଇନାଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ପଡ଼ୋଶୀ ହେବା ବ୍ୟତୀତ ରାଇନା ଏବଂ ପ୍ରିୟଙ୍କାଙ୍କର ବହୁତ ଭଲ ବନ୍ଧୁତା ଥିଲା | ଯେତେବେଳେ ଉଭୟ ବଡ ହେଲେ, ଏହା ଜାଣିବାକୁ ପାଇଲା ଯେ ଉଭୟଙ୍କ ମଧ୍ୟରେ ବନ୍ଧୁତାଠାରୁ ଅଧିକ କିଛି ଅଛି ।

wp:html
/wp:html

ରାଇନା ତାଙ୍କ ପତ୍ନୀ ପ୍ରିୟଙ୍କାଙ୍କ ସହ ପ୍ରଥମ ଦେଖାର କିଛି ଅକୁହା କଥାର ଖୁଲାସା କରିଛନ୍ତି। ଯାହା ଶୁଣିବାକୁ ଓ ପଢିବାକୁ ଖୁବ୍ ଇଣ୍ଟରେଷ୍ଟିଙ୍ଗ୍‌ । ପ୍ରିୟଙ୍କାଙ୍କ ପିତା ମୁରାଦନଗରର ଏକ କଲେଜରେ ଶିକ୍ଷକ ଥିଲେ।  ସୂଚନା ଅନୁଯାୟୀ, ସୁରେଶ ରାଇନା ପିଲାଦିନେ ପ୍ରିୟଙ୍କାଙ୍କ ପିତା ସତ୍ୟପାଲ ଶର୍ମାଙ୍କଠାରୁ କ୍ରୀଡ଼ା ପାଇଁ ତାଲିମ ନେଇଥିଲେ। ପ୍ରିୟଙ୍କା ଓ ରାଇନାଙ୍କ ଷର ମଧ୍ୟ ଗୋଟି କ୍ବାର୍ଟସ୍‌ ରେ ରୁହନ୍ତି । ଯେଉଁଥିପାଇଁ ପ୍ରିୟଙ୍କା ଏବଂ ସୁରେଶ ରାଇନାଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ପଡ଼ୋଶୀ ହେବା ବ୍ୟତୀତ ରାଇନା ଏବଂ ପ୍ରିୟଙ୍କାଙ୍କର ମଧ୍ୟରେ ବହୁତ ଭଲ ବନ୍ଧୁତା ଥିଲା । ଯେତେବେଳେ ଉଭୟ ବଡ ହେଲେ, ଏହା ଜାଣିବାକୁ ପାଇଲେ ଯେ ଉଭୟଙ୍କ ମଧ୍ୟରେ ବନ୍ଧୁତାଠାରୁ ଅଧିକ କିଛି ଅଛି । ସୁରେଶ୍ ରାଇନା ଓ ପ୍ରିୟଙ୍କା ପିଲା ଦିନରୁ ପରସ୍ପରକୁ ନିକଟତର ହେବାରେ ଲାଗିଲେ । ଏନେଇ ରାଇନା କହିଛନ୍ତି, କି ପ୍ରିୟଙ୍କା ତାଙ୍କ ସାଙ୍ଗମାନଙ୍କ ସହ ଆମ ଘରକୁ ଟ୍ୟୁସନ୍ ପଢ଼ିବାକୁ ଆସୁଥିଲେ। ମୋ ବଡ଼ ଭାଇ ଘରେ ଟ୍ୟୁସନ୍ କରାଉ ଥିଲେ। ଆଉ ସେହିଠାରୁ ମୁଁ ପ୍ରିୟଙ୍କାଙ୍କୁ ଜାଣିଥିଲି। ଏହା ପରେ ସେ ବୋର୍ଡିଂ ସ୍କୁଲକୁ ପାଠ ପଢ଼ିବାକୁ ଚାଲିଯାଇଥିଲେ।

ରାଇନା ଆହୁରି କହିଛନ୍ତି ଯେ କିପରି ଦୁହେଁ ୨୦୦୮ରେ ଏୟାରପୋର୍ଟରେ ପରସ୍ପରକୁ ସାକ୍ଷାତ କରିଥିଲେ। ସେହି ସମୟରେ ରାଇନା ଅଷ୍ଟ୍ରେଲିଆରୁ ଫେରୁଥିଲେ। ଏହି ଟୁର୍ ପରେ ରାଇନା ଓ ପ୍ରିୟଙ୍କା ମଧ୍ୟରେ କଥାବାର୍ତ୍ତା ଓ ଡେଟିଂ ଆରମ୍ଭ ହୋଇଥିଲା । ସେହିପରି ରାଇନାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ କହିଛନ୍ତି ଯେ ଭଗବାନଙ୍କ ଦୟାରୁ ତାଙ୍କୁ ଏତେ ଭଲ ପରିବାର ମିଳିଛି ଏବଂ ଗତ ୬ ବର୍ଷରେ ମଧ୍ୟ ସେ ଏହି ପରିବାର ସହ ଅନେକ ସ୍ମରଣୀୟ ମୁହୂର୍ତ୍ତ ସାଉଁଣ୍ଟିଛନ୍ତି। ପ୍ରିୟଙ୍କା ଆହୁରି କହିଛନ୍ତି ଯେ ରାଇନା ଜଣେ ବହୁତ ଭଲ ମଣିଷ ସହ ଭଲ ସ୍ବାମୀ ଓ ପିତା। ଯେ ଆମେ ଦୁହେଁ ଅଲଗା ଅଲଗା ବ୍ୟାକଗ୍ରାଉଣ୍ଡରୁ ଆସିଥିଲେ ମଧ୍ୟ, ଆମ ଦୁହିଁ ଭିତରେ ଭଲ ସମ୍ପର୍କ ରହିଛି । ଏହା ଆମ ପାଇଁ ସବୁଠାରୁ ଭଲ କଥା।

wp:html
/wp:html

ସୂଚନାଯୋଗ୍ୟ, ବର୍ତ୍ତମାନ ରାଇନା ଆଇପିଏଲ୍-୧୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ପାଇଁ ୟୁଏଇରେ ଅଛନ୍ତି। ତାଙ୍କ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଆସିଛି। ଚେନ୍ନାଇ ଏବେ ପଏଣ୍ଟ ଟେବୁଲରେ ୧୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ସିଏସେ ଦ୍ୱିତୀୟ ଫେଜରେ ତା’ର ପ୍ରଥମ ମୁକାବିଲା ସେପ୍ଟେମ୍ବର ୧୯ ତାରିଖରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ଦ୍ୱିତୀୟ ପର୍ଯ୍ୟାୟରେ ଟିମର କିଛି ପ୍ରମୁଖ ଖେଳାଳି ଉପସ୍ଥିତ ରହିବେ ନାହିଁ। ଏଭଳି ସ୍ଥିତିରେ ରାଇନାଙ୍କୁ ବଡ଼ ଭୂମିକା ତୁଲାଇବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.