ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ସାରା ଦେଶରେ ହାଇ ଆଲର୍ଟ, ଅନୁପ୍ରବେଶ କରିଛନ୍ତି ଜୈସ-ଏ-ମହମ୍ମଦର ୭ ଆତଙ୍କୀ

Published By : Prameya-News7 Bureau | August 12, 2019 IST

ନୂଆଦିଲ୍ଲୀ ୧୨/୮: ଦେଶ ଭିତରେ ପଶିଛନ୍ତି ୭ ଆତଙ୍କୀ । ଇଦ ଅବସରରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା। ISI ୭ ଜଣ ଜୈସ-ଏ-ମହମ୍ମଦ ଆତଙ୍କୀଙ୍କୁ ପଠାଇଥିବା ଗୁଇନ୍ଦା ସୂଚନା ମିଳିଛି । ଏହି ଆତଙ୍କବାଦୀମାନେ ବିଶେଷ କରି ମସଜିଦ୍ ରେ ଆକ୍ରମଣ କରିବାର ଯୋଜନା କରିପାରନ୍ତି। ଯାହା ଫଳରେ ଭାରତ ସରକାରଙ୍କ ଉପରେ ଦୋଷ ଲଦି ପାରିବ ପାକିସ୍ତାନ । ସାତ ଜଣିଆ ଆତଙ୍କୀ ଦଳ ବାନିହାଲ କିମ୍ବା ପିର ପନଜଲ ପାହାଡ଼ି ଇଲାକା ଦେଇ ଅନୁପ୍ରବେଶ କରି ଥାଇ ପାରନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । 

ରଜୈରି କିମ୍ବା ପୁଞ୍ଚ ଜିଲ୍ଲାରେ ଏହି ଆତଙ୍କୀ ଅନୁପ୍ରବେଶ କରିଥିବା ଅନୁମାନ କରା ଯାଉଛି । ତେବେ ଭାରତରେ ଅନୁପ୍ରବେଶ କରି ଆକ୍ରମଣ କରିବା ପାଇଁ ସମସ୍ତ ପ୍ଲାନ ପ୍ରସ୍ତୁତ କରିଛି ମାସୁଦ ଆଝାରର  ଭାଇ ଅବଦୁଲ ରଫ୍   । ଯେ କି ୧୯୯୯ରେ IC-814 ବିମାନ ଅପହରଣ କରିଥିଲା । ରାୱଲପିଣ୍ଡିରେ ସେ ISI ଅଧିକାରୀଙ୍କ ସହ ମିଶି ସମସ୍ତ ଯୋଜନା ପ୍ରସ୍ତୁତ କରିବା ପରେ ବାହାଲପୁର ଫେରି ଯାଇଥିବା ଜଣାପଡ଼ିଛି ।  ଏବେ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଫୋକସ ଥିବାରୁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆକ୍ରମଣ ଉଦ୍ୟମ କରାଯାଉଥାଇ ପାରେ ବୋଲି ସୁରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି ।

ମାସୁଦ ଆଝାରର ପୃଷ୍ଠ ପୋଷକତାରେ ଚାଲିଥିବା ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ହେଉଛି ଜୈସ-ଏ-ମହମ୍ମଦ । କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି ପାକ ସରକାର ଓ ସେଠାର ଆତଙ୍କୀ ସଂଗଠନ । ଏପରିକି ବିଭିନ୍ନ ଦେଶକୁ ସାହାଯ୍ୟ ମାଗି ଇମ୍ରାନ ଖାନ୍  ହତାଶ ହେବା ପରେ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି । ବିଜେପି ସରକାର କାଶ୍ମୀରରେ ନାଜି ଶାସନ ଚଳାଇଥିବା ଅଭିଯୋଗ କରି ଇମ୍ରାନ ଟ୍ବିଟ ମଧ୍ୟ କରିଛନ୍ତି...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.