ଦଶପଲ୍ଲା ଡାକ୍ତରଖାନାରେ ଉତ୍ତେଜନା, ଅପରେସନ୍ ବେଳେ ରୋଗୀଙ୍କ ପରିସ୍ରା ନଳୀ କାଟିଦେଲେ ଡାକ୍ତର
17/07/2019 at 10:08 AM

ନୟାଗଡ ୧୭|୭: ନୟାଗଡ଼ରେ ଅପରେସନ୍ ପରେ ଉତ୍ତେଜନା ଦେଖିବାକୁ ମିଳିଛି । ଦଶପଲ୍ଲା ଡାକ୍ତରଖାନାରେ ଅପରେସନ୍ ବେଳେ ଡାକ୍ତର ରୋଗୀଙ୍କ ପରିସ୍ରା ନଳୀ କାଟି ଦେବା ଅଭିଯୋଗ କରି ସୃଷ୍ଟି ହୋଇଛି ଉତ୍ତେଜନା ।

ସୂଚନାଯୋଗ୍ୟ ଯେ, ଖଣ୍ଡପଡ଼ାର ଜଣେ ମହିଳାଙ୍କର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରୁଥିବା ବେଳେ ଏଭଳି ଅଘଟଣ ଘଟାଇ ବସିଛନ୍ତି ଡାକ୍ତର । ରୋଗୀଙ୍କ ପରିସ୍ରାନଳୀ କାଟି ଦେବା ପରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ସମସ୍ୟା ଅଛି ବୋଲି ପରିବାର ଲୋକଙ୍କୁ କହିଥିଲେ ଡାକ୍ତର ନବ ଦାସ । ସେହିପରି ୧୦ ଦିନ ପର୍ଯ୍ୟନ୍ତ ରୋଗୀ ଜଣଙ୍କୁ ଡାକ୍ତରଖାନାରେ ରଖିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ତେବେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଡାକ୍ତର ମଧ୍ୟ ଘଟଣାକୁ ସ୍ବୀକାର କରିଛନ୍ତି ।

ସେପଟେ ଏହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ଦେଖା ଦେଇଥିବା ବେଳେ, ପ୍ରତିବାଦରେ ସ୍ଥାନୀୟ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିଥିଲେ ।