ଢେଙ୍କାନାଳ ୧୩|୧; ପତ୍ନୀ ହତ୍ୟାମାମଲାରେ ସ୍ବାମୀ ଜେଲରେ ଥିବାବଳେ ପରିବାରର ଗରିବୀ ଓ ଅସହାୟତାର ସୁଯୋଗରେ ଗୋଆ ଚାଲାଣ କରାଯାଇଥିବା ଢେଙ୍କାନାଳ ଗଁନ୍ଦିଆ ଅଞ୍ଚଳର ଜଣେ ୧୦ବର୍ଷର ଶିଶୁ କନ୍ୟାକୁ ଶେଷରେ ଢେଙ୍କାନାଳ ପୁଲିସ ଉଦ୍ଧାର କରିଛି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ପୁଲିସର ଏକ ଟିମ ଗୋଆ ଯାଇ ଏହି ଶିଶୁକୁ ସେଠାରୁ ଉଦ୍ଧାର କରି ଢେଙ୍କାନାଳକୁ ଆଣିଛି । ଆଜି ଏହି ଶିଶୁକୁ ଗଁନ୍ଦିଆ ପୁଲିସ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପାଖରେ ହାଜର କରିଛି । ଫଳରେ ଏହି ଶିଶୁକୁ ସିଡବ୍ଲୁସି ପକ୍ଷରୁ ଢେଙ୍କାନାଳର ଏକ ଶିଶୁ ଗୃହରେ ରଖାଯାଇ ତଦନ୍ତ ଜାରି ରଖିଛନ୍ତି ।
{"id":73680}ପୁଲିସର ତଦନ୍ତ ମୁତାବକ ମା'ର ମୃତ୍ୟୁ ପରେ ବାପା ଜେଲରେ ଥିବା ବଳେ 4ଟି ଶିଶୁକୁ ଲାଳନପାଳନ କରିବା କ୍ଷେତ୍ରରେ ବୃଦ୍ଧ ଜଜେବାପା ଓ ଜଜେମା'ଙ୍କ ପାଇଁ ବେଶ କଷ୍ଟଦାୟକ ଥିଲା । ଫଳରେ ବାପାର ସାଙ୍ଗ କହୁଥିବା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗ୍ରମର ବୁନୁ ମହାରଣା କହିବା ମୁତାବକ କଟକ ତଲେଙ୍ଗା ବଜାରର ବାବୁଲି ସ୍ବାଇଁ ନାମକ ଜଣେ ଯୁବକ ଏହି ଶିଶୁକୁ ପାଳିବା ଆଳରେ ନେଇଥିଲେ । ତବେ ବାବୁଲି ସ୍ବାଇଁ ଗୋଆରେ ରହୁଥିବାବଳେ ତାକୁ ଗୋଆ ନେଇଯାଇଥିଲେ ।
{"id":73681}ଫଳରେ ଶିଶୁର ଖୋଜ ଖବର ପାଇନଥିବାରୁ ବା଼ଧ୍ୟ ହୋଇ ଶିଶୁର ଜଜେବାପା ଢେଙ୍କାନାଳ ସିଡବ୍ଲୁସିର ଦ୍ବାରସ୍ଥ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି । ତବେ ଏହି ଶିଶୁକୁ ବିକ୍ରି କରିଦିଆଯାଇଛି ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛି ତଦନ୍ତକାରୀ ଗଁନ୍ଦିଆ ପୁଲିସ । ଏହି ଶିଶୁଟିକୁ ଗୋଆର ଗୋଲଭା ଜିଲାଲ ଫାକ୍ଟଏଡ ଅଞ୍ଚଳର ମିଙ୍ଗଲ୍ ଲୁଇସ ଓ ଆଇତି ଲୁଇସ ନାମକ ଦମ୍ପତ୍ତି ଘରୁ ଉଦ୍ଧାର କରିଥିବା ପ୍ରକାଶ କରିଛି ପୁଲିସ । ସେଠାରେ ସେ ହୋଲି କ୍ରସ ନାମକ ଏକ ସ୍କୁଲରେ ତୃତୀୟଶ୍ରେଣୀରେ ପାଠ ପଢୁଥିଲା ବୋଲି ଗଁନ୍ଦିଆ ଥାନା ଅଧିକାରୀ ପ୍ରକଶ କରିଛନ୍ତି ।