ବଢୁଛି କରୋନା ସଂକ୍ରମଣ : କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୧୦ଟି ଆଇସୋଲେସନ୍‌ ବେଡ୍ ପ୍ରସ୍ତୁତ

Published By : Prameya-News7 Bureau | April 25, 2023 IST

ଭୁବନେଶ୍ବର ୨୫।୪: ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ହସ୍ପିଟାଲ ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରଯାଇଛି । ଏ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଧିରେ ଧିରେ ବୃଦ୍ଧି ହେଉଛି ।

ଓଡିଶାରେ ବି ସଂକ୍ରମଣ ବଢୁଛି । ତେଣୁ ଆମକୁ କେନ୍ଦ୍ରର ନିୟମ ଅନୁସରଣ କରିବାକୁ ପଡିବ । ଏହାକୁ ଅଣଦେଖା କରିବା ଉଚିତ୍ ହେବନି । ଆମେ ପୂର୍ବରୁ ସଜାଗ ହେଲେ ହିଁ କୋଭିଡ୍ ସଂକ୍ରମଣ ରୋକିହେବ । ଯେହେତୁ ସ୍ବାସ୍ଥ୍ୟକର୍ମୀମାନେ ସବୁ ପ୍ରକାର ରୋଗୀଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେଣୁ ପ୍ରଥମେ ଆମକୁ ସାବଧାନ ରହିବାକୁ ପଡିବ । ଆମକୁ ଦେଖି ଲୋକେ ସଚେତନ ହୋଇପାରିବେ ।

କରୋନୀ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ୧୦ଟି ଆଇସୋଲେସନ୍‌ ବେଡ୍ ପ୍ରସ୍ତୁତ ଅଛି । ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ଟେଷ୍ଟ କରି ରିପୋର୍ଟ ଦିଆଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.