ଉପକୂଳରେ କମିଛି, ପଶ୍ଚିମରେ ଅସ୍ତବ୍ୟସ୍ତ କରୁଛି ତାତି, ୧୬ ରୁ ୧୮ କାଳବୈଶାଖୀ ବର୍ଷା ସମ୍ଭାବନା

Published By : Prameya-News7 Bureau | April 15, 2023 IST

ଭୁବନେଶ୍ୱର ୧୫/୦୪: ଉପକୂଳ ଓଡିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ କିନ୍ତୁ ତାତି ଅସ୍ତବ୍ୟସ୍ତ କରିଛି । ପଶ୍ଚିମ ଓଡିଶା ପାଇଁ ହିଟୱେଭ୍ ଆଲର୍ଟ ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସକାଳ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୩୯.୨ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ରହିଛି ୩୯ ଡ଼ିଗ୍ରୀ ରହିଛି । ସେହିଭଳି କେନ୍ଦୁଝରରେ ୩୯ ଡ଼ିଗ୍ରୀ , ସମ୍ବଲପୁରରେ ୩୮.୨ଡ଼ିଗ୍ରୀ , ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ , ବାଲେଶ୍ୱରରେ ୩୬.୮ ଡ଼ିଗ୍ରୀ , ହୀରାକୁଦରେ ୩୬.୪ ଡ଼ିଗ୍ରୀ , ଗୋପାଳପୁରରେ ୩୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତାକାଲିଠାରୁ ତାତିରୁ ଆଶ୍ବସ୍ତି ମିଳିବ ବୋଲି ଆକଳନ କରାଯାଉଛି ।

ରାଜ୍ୟକୁ ପ୍ରବେଶ କରିବ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ । ଏହାର ପ୍ରଭାବରେ ପାରଦ ଖସିବ। କାଲିଠୁ ୧୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.