ସମାକୋଇ ନଦୀରେ ଭାସିଗଲେ ବୃଦ୍ଧା, ଖୋଜୁଛି ଅଗ୍ନିଶମ ବାହିନୀ

Published By : Prameya-News7 Bureau | September 14, 2022 IST

ତେଲକୋଇ ୧୪।୦୯: ସମାକୋଇ ନଦୀରେ ଭାସିଗଲେ ବୃଦ୍ଧା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ତେଲକୋଇ ତଳସାହିର ୬୦ ବର୍ଷର ବୃଦ୍ଧା ସରୋଜିନୀ ଦେହୁରୀ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ରହିଛି।

ଖବର ଅନୁଯାୟୀ, ଆସନ୍ତାକାଲି ଗୁରୁବାର ଲକ୍ଷ୍ମୀ ପୂଜାର ପ୍ରଥମ ପାଳି କଳସ ପୂଜା ପାଇଁ ଗାଁ ନିକଟ ଜଙ୍ଗଲକୁ ଶାଳପତ୍ର ତୋଳିବା ପାଇଁ ଅନ୍ୟମାନଙ୍କ ସହିତ ଯାଇଥିଲେ। ଜଙ୍ଗଲରୁ ଫେରି ନଦୀରେ ଗାଧଉଥିବା ବେଳେ କୌଣସି କାରଣରୁ ନଦୀ ସୁଅରେ ଭାସି ଯାଇଥିଲେ। ସୁଅ ପ୍ରଖର ଥିବାରୁ ଅନ୍ୟ ସାଥିମାନେ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ସାହି ଲୋକଙ୍କୁ କହିଥିଲେ। ସାହି ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.