ଭଦ୍ରକ ୫।୮: ତ୍ୱରିତ ସେବା ପାଇଁ ହ୍ବାଟ୍ସଆପ୍ ନମ୍ୱର ଜାରି । ଯେକୌଣସି ଅଭିଯୋଗ ପାଇଁ ଯୋଗାଯୋଗ କରିବା ସହ କେହି ଅର୍ଥ ବା ଲାଞ୍ଚ ଦାବି କଲେ ଏହି ନମ୍ୱରରେ ଅବଗତ କରିପାରିବେ । ଏ ନେଇ ଭଦ୍ରକ ତହସିଲ ତରଫରୁ ଏକ ନମ୍ୱର ଜାରି କରାଯାଇଛି ।୯୧୭୮୨୫୮୫୩୫ ନମ୍ୱରରେ ତହସିଲ ଅଧିନରେ ଆବେଦନ କରିବା ପରେ ଏହାର ସ୍ଥିତି ଜାଣିବା ପାଇଁ ବ୍ୟବହାର କରିବେ ସାଧାରଣ ଲୋକେ ।
କୌଣସି କାର୍ଯ୍ୟରେ ବିଳମ୍ବ ହେଲେ, ମଧ୍ୟସ୍ଥି ଓ କର୍ମଚାରୀ ଲାଞ୍ଚ ଦାବି କଲେ ଏହି ନମ୍ୱରରେ ଯୋଗାଯୋଗ କରିବେ । ଜଣେ ଅତିରିକ୍ତ ତହସିଲଦାରଙ୍କ ଦାୟିତ୍ଵରେ ଏହି ନମ୍ୱର ରହିବ । ଯଦି କୌଣସି ସେବାର ଆବେଦନକାରୀ ତ୍ୱରିତ ସେବା ପାଇଁ ଚାହିଁବେ ତେବେ ନିଜର ଆବଶ୍ୟକ କାଗଜପତ୍ର ପ୍ରଦାନ କଲେ ଶୀଘ୍ର ସେବା ଉପଲବ୍ଧ ହେବ ବୋଲି ତହସିଲଦାର କହିଛନ୍ତି ।
You Can Read: