WTC ଫାଇନାଲ ମହାମୁକାବିଲା; ଓଭାଲରେ ଟିମ୍ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

Published By : Prameya-News7 Bureau | June 06, 2023 IST

ଲଣ୍ଡନ,୦୬/୦୬: ଜୁନ ୭ ତାରିଖରୁ ଖେଳାଯିବ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ ମ୍ୟାଚ୍ । ଇଂଲଣ୍ଡର ଓଭାଲ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ତେବେ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଅଭ୍ୟାସ ଜାରି ରିଖିଛନ୍ତି । ଗତ ସପ୍ତାହରୁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡ୍‌ରେ ଅଭ୍ୟାସ ଜାରି ରଖିଥିଲା । ସେହିପରି ଅଷ୍ଟ୍ରେଲିଆ ଦଳ ପାଇଁ ଲାଙ୍କାସାୟାର କାଉଣ୍ଟି ଗ୍ରାଉଣ୍ଡ୍‌ ଠାରେ ଅଭ୍ୟାସ ପାଇଁ ବ୍ୟବସ୍ଥା କରାଯାଇଥିଲା ।

{"id":798912,"sizeSlug":"full","linkDestination":"none"}

କିଏ ଜିତିବ ଡବ୍ଲୁଟିସି ଟାଇଟଲ୍ । ଉଭୟ ଦଳ ଜୋରଦାର ଅଭ୍ୟାସ ସହ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି । ସେପଟେ ରୋହିତ୍-ଆଣ୍ଡ-କୋ ଓଭାଲ ଗ୍ରାଉଣ୍ଡରେ ଅଭ୍ୟାସ ଆରମ୍ଭ କରିଛି । ଟାଇଟଲ ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସମ୍ଭାବ୍ୟ ଏକାଦଶର ଆଭାସ ମିଳିନାହିଁ । ଅଭ୍ୟାସ ଶିବିରକୁ ଅନୁଧ୍ୟାନ କଲେ ଇଶାନ କିଷନ ଓ ଜୟଦେବ ଉନାକାତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ଦେଖା ଦେଇଛି । ଭାରତୀୟ ଦଳରେ ଏକମାତ୍ର ବାମ ହାତି ବ୍ୟାଟର ଭାବେ ରବିନ୍ଦ୍ର ଜାଡେଜା ରହିଛନ୍ତି । ତେଣୁ ମଧ୍ୟ କ୍ରମ କିମ୍ବା ନିମ୍ନ ମଧ୍ୟ କ୍ରମ ପାଇଁ ଭାରତ ଆଉ ଜଣେ ବାମ ହାତି ବ୍ୟାଟର ଆବଶ୍ୟକ କରୁଛି ।

{"id":798900,"width":821,"height":744,"sizeSlug":"full","linkDestination":"none"}

ଇଶାନ କିଷନ ଏହି ସ୍ଥାନ ପାଇଁ ଉପଯୁକ୍ତ । ବିସ୍ପୋରକ ବ୍ୟାଟିଂ ପାଇଁ ପରିଚିତ କିଷନ ଆଜି ଢେର ସମୟ ଧରି ନେଟ୍ସରେ ବ୍ୟାଟିଂ ପ୍ରାକ୍ଟିସ୍ କରିଛନ୍ତି । ମିଚେଲ ଷ୍ଟାର୍କଙ୍କୁ ସାମ୍ନା କରିବା ପାଇଁ ଟିମ୍ ଇଣ୍ଡିଆ ନେଟ୍ ବୋଲର ଭାବେ ଅନିକେତଙ୍କୁ ସାମିଲ କରିଛି । ରାଜସ୍ଥାନର ଏହି ବୋଲର ନେଟ୍‌ସରେ ବିରାଟ କୋହଲି, ଚେତେଶ୍ୱର ପୂଜାରା, ରୋହିତ ଶର୍ମା, କିଷନ ଓ ଶୁଭମନ ଗିଲ୍‌ଙ୍କୁ ବୋଲିଂ କରୁଛନ୍ତି ।

{"id":798902,"sizeSlug":"large","linkDestination":"none"}

ଅଷ୍ଟ୍ରେଲିଆ ଦଳରେ ୪ଜଣ ବାମ ହାତି ବ୍ୟାଟର ଡେଭିଡ୍‌ ୱାର୍ଣ୍ଣର, ଉସମାନ ଖୱାଜା, ଟ୍ରେଭିସ୍‌ ହେଡ୍‌ ଓ ଆଲେକ୍ସ କ୍ୟାରୀ ରହିଛନ୍ତି । ତେଣୁ ପେସ୍‌ ବିଭାଗରେ ବିଭିନ୍ନତା ଆଣିବା ପାଇଁ ଭାରତ ଜଣେ ବାମ ହାତି ପେସ୍‌ ବୋଲର ଆବଶ୍ୟକ କରୁଛି । ତେଣୁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ଉନାକତାଙ୍କୁ ଉମେଶ ଯାଦବଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ ।

{"id":798904,"sizeSlug":"large","linkDestination":"none"}

ଫାଇନାଲ୍‌ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିବା ପିଚ୍‌ ପେସ୍‌ ବୋଲରଙ୍କୁ ସୁହାଇବା ଆଶା କରାଯାଉଛି । ଭାରତ ୪ ଜଣ ପେସ୍‌ ବୋଲର ଓ ଜଣେ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇବା ଏକ ପ୍ରକାର ନିଶ୍ଚିତ । ଫଳରେ ରବି ଚନ୍ଦ୍ରନ ଅଶ୍ୱିନଙ୍କୁ ଏକାଦଶରେ ସ୍ଥାନ ମିଳିବା କଷ୍ଟକର । ମହମ୍ମଦ ସାମି ପେସ୍‌ ବିଭାଗ ସମ୍ଭାଳିବେ । ମହମ୍ମଦ ସିରାଜ ଓ ସର୍ଦୁଲ ଠାକୁର ଅନ୍ୟ ୨ ପେସ୍‌ ବୋଲର ଭାବେ ଖେଳିବେ ।

{"id":798906,"sizeSlug":"large","linkDestination":"none"}

ଅଷ୍ଟ୍ରେଲିଆ ଦଳ ମଧ୍ୟ ପେସ୍‌ ବ୍ୟାଟରୀ ଉପରେ ନିର୍ଭର କରିବ । ଭାରତୀୟ ବ୍ୟାଟରଙ୍କୁ ଅଟକାଇବା ପାଇଁ ଅଷ୍ଟ୍ରେଲିଆ ଏକାଧିକ ରଣନୀତି ପ୍ରସ୍ତୁତ କରୁଛି । ଜୋସ ହାଜେଲଉଡ୍‌ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ସ୍କଟ୍‌ ବୋଲାଣ୍ଡ ଖେଳିବା ନିଶ୍ଚିତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.