ଗାଁ ଗାଁରେ ପହଂଚିଲା ଶିକ୍ଷକ ଆନ୍ଦୋଳନ, ୨୦ ତାରିଖରେ ଭୁବନେଶ୍ବରରେ ମହାସମାବେଶ

Published By : Prameya-News7 Bureau | September 17, 2018 IST

ଭୁବନେଶ୍ବର୧୭|୯: ୩୨ ଦିନରେ ପହଞ୍ଚିଛି ଶିକ୍ଷକଙ୍କ ଆନ୍ଦୋଳନ । ଆଜିଠାରୁ ପଞ୍ଚାୟତ ଓ ବ୍ଲକରେ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।ଖାଲି ସେତିକି ନୁହେଁ ସେପ୍ଟେମ୍ବର ୨୦ରେ ରାଜଧାନୀରେ ଶିକ୍ଷକମାନେ ମହା ସମାବେଶ କରିବେ । ଯେଉଁଥିରେ ଛାତ୍ର, କୃଷକ, ଶ୍ରମିକ, ମହିଳା ସମସ୍ତେ ସାମିଲ ହେବେ ବୋଲି ଶିକ୍ଷକମାନେ କହିଛନ୍ତି । ଦାବି ପୁରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ ରୋକଠୋକ ଜଣାଇ ଦେଇଛନ୍ତି । ସେପଟେ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟରେ ।.. ରାଜଧାନୀରୁ ଏବେ ଗାଁ ମୁହାଁ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ । ଦାବି ପୁରଣ ପାଇଁ ଆଜିଠାରୁ ଗାଁ ଗାଁ ବୁଲି ଆନ୍ଦୋଳନ ଚଳାଇଲେଣି ଶିକ୍ଷକ । ଗାଁ ଗାଁ ଭ୍ରମଣକରି ସେମାନଙ୍କ ଆନ୍ଦୋଳ ସଂପର୍କରେ ଲୋକଙ୍କୁ ଜଣାଉଛନ୍ତି ଶିକ୍ଷକ । କିପରି ସ୍କୁଲ୍ ବନ୍ଦ ଦ୍ବାରା ଶିକ୍ଷା ବ୍ୟବସ୍ଥା ଭୁଶୁଡୁଛି ଓ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି ତାହା ଜଣାଇବା ସହ ସାଧାରଣ ଲୋକଙ୍କ ସମର୍ଥନ ହାତେଇବାକୁ ଚେଷ୍ଟା କରିଛନ୍ତି ।ଶିକ୍ଷକ ଓ ଅଧ୍ୟାପକଙ୍କ ଏଭଳି ଆନ୍ଦୋଳନକୁ କେତେକ ସ୍ଥାନରେ ଅଭିଭାବକଙ୍କ ସମର୍ଥନ ମିଳିଛି । ଗାଁ ଓ ପଞ୍ଚାୟତରେ ଶିକ୍ଷକଙ୍କ ଆନ୍ଦୋଳନ ବୁଧବାର ପର୍ଯ୍ୟନ୍ତ ଚାଲିବ । ଗୁରୁବାର ରାଜଧାନୀରେ ହେବ ମହା ସମାବେଶ । ଯେଉଁଥିରେ ଛାତ୍ର, କୃଷକ, ଶ୍ରମିକ, ମହିଳା ସମସ୍ତେ ସାମିଲ ହେବେ ବୋଲି କୁହାଯାଉଛି । ସେପଟେ ରାଜଧାନୀରୁ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଗାଁରେ ପହଞ୍ଚିବା ପରେ ସରକାର ଏକ ପ୍ରକାର ଚାପରେ । ତେବେ ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ସରକାର ଯାହା କରିବା କଥା କରିଛନ୍ତି । ସେମାନଙ୍କ ଦାବି ଉପରେ ସରକାର ଉଚିତ୍ ପଦକ୍ଷେପ ନେଇଛନ୍ତି । ତଥାପି ଯଦି ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି ଲୋକେ ଏହାର ବିଚାର କରିବେ । ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମଳିତି ମଞ୍ଚ ଆହ୍ବାନ କ୍ରମେ ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ ଏବେ ୩୨ ଦିନରେ ପହଞ୍ଚିଲାଣି । ନା ସେମାନଙ୍କ ଦାବି ପୂରଣ ହେଉଛି ନା କୌଣସି ସମାଧାନର ବାଟ ବାହାରୁଛି । ଆଉ ସେପେଟ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସ୍କୁଲ୍ କଲେଜ୍ରେ ପାଠପଢା ଘୋର ପ୍ରଭାବିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.