scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାକିରିରୁ ବାହାର କରିଦେଲା TCS, କମ୍ପାନିକୁ ବୋମାରେ ଉଡ଼ାଇଦେବାକୁ କର୍ମଚାରୀଙ୍କ ଧମକ

15/11/2023 at 9:56 PM

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ହୋସୁର ରୋଡରେ ଥିବା ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) କାର୍ଯ୍ୟାଳୟକୁ ଉଡାଇଦେବାକୁ ଧମକ। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଖେଳାଯାଇଛି ଆତଙ୍କ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଟିସିଏସ୍ କାର୍ଯ୍ୟାଳୟର ବି ବ୍ଲକ୍‌ରେ ଏହି କଲ୍ କରାଯାଇଥିଲା। ପୂରା କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଥିଲା।

ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହା ଏକ ଫେକ୍‌ କଲ୍‌।

ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏହି ନକଲି କଲ୍ ବେଲାଗାଭି ଜିଲ୍ଲାରୁ ଆସିଛି। ଅନୁସନ୍ଧାନରୁ ଜଣାପଡିଛି ଯେ କମ୍ପାନୀର ପୂର୍ବତନ କର୍ମଚାରୀ ରାଗରୁ ଏହି କଲ୍‌ କରିଛନ୍ତି। ସୂଚନାନୁସାରେ, କମ୍ପାନୀ ତାଙ୍କୁ ପୁନଃନିର୍ମାଣ ସମୟରେ ଚାକିରିରୁ ବରଖାସ୍ତ କରିଥିଲା।

ବାସ୍ତବରେ, ଟିସିଏସ୍ କମ୍ପାନୀର ଜଣେ ଡ୍ରାଇଭରଙ୍କୁ କଲ ଆସିଥିଲା। କୁହାଯାଇଥିଲା- କମ୍ପାନୀର ବି ବ୍ଲକରେ ଏକ ବୋମା ଲଗାଯାଇଛି। କମ୍ପାନୀରେ କାମ କରୁଥିବାରୁ ମହିଳା ଜଣକ କ୍ୟାବ ଡ୍ରାଇଭରଙ୍କୁ ଆଗରୁ ଜାଣିଥିଲେ। ମଦ୍ୟପାନ କରୁଥିବା ସମୟରେ କ୍ୟାବ ଡ୍ରାଇଭରକୁ ଏହି କଲ କରିଥିଲେ।

ପୂର୍ବତନ ମହିଳା କର୍ମଚାରୀଙ୍କ ଦ୍ୱାରା ଏହି କଲ କରାଯାଇଥିବା ପୋଲିସ ନିଶ୍ଚିତ କରିଛି। ତାଙ୍କୁ ବେଲାଗାଭିରେ ଗିରଫ କରିବା ପାଇଁ ପୋଲିସ ସମସ୍ତ ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ ମେ ମାସରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ବୋମା ବିସ୍ଫୋରଣ ପାଇଁ ଟିସିଏସ୍ ହାଇଦ୍ରାବାଦ କାର୍ଯ୍ୟାଳୟକୁ ଏକ ଫେକ୍‌ ଧମକ ମିଳିଥିଲା। ଏହି କଲ୍ ଜଣେ ପୂର୍ବତନ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ହୋଇଥିଲା।

   Related Posts