ଆଇଟି ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟାପରେ ଶବକୁ ଜାଳିଦେଲା ଆଉ ତା'ପରେ ମନ୍ଦିରକୁ ଯାଇ ପଚାରିଲା କି ପୂଜା କଲେ ପାପ ଧୋଇହେବ

Published By : Prameya-News7 Bureau | November 01, 2018 IST

ମୁମ୍ବାଇ ୧/୧୧ : ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଅଭିଯୁକ୍ତ ଦୁଷ୍କର୍ମକାରୀ ତଥା ହତ୍ୟାକାରୀ ମନ୍ଦିର ଯାଇଥିଲା କରିଥିବା ପାପର ପ୍ରାୟଶ୍ଚିତ କରିବା ପାଇଁ | ଘଟଣା ଘଟିଛି ମୁମ୍ବାଇରେ | ହତ୍ୟାକାରୀ ଚନ୍ଦ୍ରବାଣ ସନାପ ୨୦୧୪ ମସିହାରେ ହାଇଦ୍ରାବାଦର ଜଣେ ଯୁବତୀ ଯିଏକି ମୁମ୍ବାଇ ଟିସିଏସରେ କର୍ମଚାରୀ ଥିଲେ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କର ହତ୍ୟା ମଧ୍ୟ କରିଥିଲା | ହତ୍ୟା କରିବା ପରେ ସନାପ ପହଞ୍ଚିଥିଲା ନାସିକରେ | ସେଠାରେ ସେ ଯାଇ ଜଣେ ପୁଝାରୀଙ୍କୁ ପଚାରି ବୁଝିଥିଲା କି ପୂଜା କଲେ ସେ କରିଥିବା ପାପ ଧୋଇହେଇପାରିବ | ଏନେଇ ସରକାରୀ ଓକିଲ ରାଜା ଠାକରେ ବମ୍ବେ ହାଇକୋର୍ଟଙ୍କୁ ସୂଚନା ଦେଇଥିଲେ | ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦର ୨୩ ବର୍ଷ ବୟସ୍କା ଇଷ୍ଠର ଅନୁହ୍ୟା ମୁମ୍ବାଇ ସ୍ଥିତ ଟିସିଏସ କମ୍ପାନୀରେ ନିଯୁକ୍ତି ପାଇଥିଲେ | ସେ ଅଂଧେରୀ ସ୍ଥିତ ଏକ ଗାର୍ଲସ ହଷ୍ଟେଲରେ ରହୁଥିଲେ | ଛୁଟି କଟେଇବାକୁ ସେ ନିଜ ଘର ହାଇଦ୍ରାବାଦକୁ ଯାଇଥିଲେ | ୨୦୧୪ ମସିହା ଜାନୁଆରୀ ୫ ତାରିଖରେ ସେ ଛୁଟି ସାରି ପୁଣି ନିଜ କର୍ମସ୍ଥଳୀ ମୁମ୍ବାଇକୁ ଫେରିଥିଲେ | ୫ ତାରିଖ ସକାଳେ ସେ ଲୋକାମାନ୍ୟ ତିଲକ ଷ୍ଟେସନରେ ପହଂଚିଥିଲେ | ଷ୍ଟେସନରେ ସନାପ ପୂର୍ବରୁ ହିଁ ଛିଡାହୋଇଥିଲା | ପେସାରେ ସେ ଜଣେ ଚୋରା | କିନ୍ତୁ ଏମିତି ବ୍ୟବହାର କରିଥିଲା ଯେମିତିକି ସେ ଡ୍ରାଇଭର | ସେ ଇଷ୍ଠରଙ୍କୁ ଲିଫ୍ଟ ଦେବା ବୋଲି କହିଥିଲା | ତେବେ ଇଷ୍ଟର ତା କଥାରେ ହଁ ମାରିଥିଲେ | ସନାପ ଇଷ୍ଠରଙ୍କ ସମସ୍ତ ଲଗେଜ ଧରି ଆଗେ ଆଗେ ଚାଲିଲା ଏବଂ ଇଷ୍ଠର ସନାପର ପଛେ ପଛେ ଚାଲିଥିଲେ | ଏସବୁ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଇଦ ହୋଇଥିଲା | ଏହାପରେ ସନାପ ଇଷ୍ଠରକୁ ଭାଣ୍ଡୁପର ଏକ ଶୂନଶାନ ଜାଗାକୁ ନେଇଯାଇଥିଲା | ସେଠାରେ ସେ ଇଷ୍ଠରଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କର ହତ୍ୟା କରିଥିଲା | ତାଙ୍କ ମୃତଦେହକୁ ପୋଡି ଇଷ୍ଠରଙ୍କ ଲଗେଜ ନେଇ ସେ ସେଠାରୁ ଫେରାର ହୋଇଯାଇଥିଲା | ଝିଅର ନିଖୋଜ ନେଇ ପରିବାରଲୋକେ ପୋଲିସରେ ଏତଲା ଦେଇଥିଲା | ପରିବାର ଲୋକଙ୍କ ଏତଲା ଆଧାରରେ ପୋଲିସ ଇଷ୍ଠରଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା | ତେବେ ଜାନୁଆରୀ ୧୬ ତାରିଖ ଦିନ ଏକ ତଦନ୍ତକାରୀ ସଂସ୍ଥା ଓ ପରିବଲୋକଙ୍କ ସହାୟତାରେ ଇଷ୍ଠରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା | ଏହି ସମସ୍ତ ଘଟଣା ୭୦୦ ପୃଷ୍ଠାର ଚାର୍ଜସିଟରେ ଉଲ୍ଲେଖ ଥିବା ସରକାରୀ ଓକିଲ କହିଛନ୍ତି | ମାମଲାର ଶୁଣାଣି ବେଳେ ଆଜି ସରକାରୀ ଓକିଲ ଠାକରେ ଆଉ ଏକ ନୂଆ ତଥ୍ୟ କୋର୍ଟରେ ଉପସ୍ଥାପନା କରିଥିଲେ | ଠାକରେ ପ୍ରସାଦ ଶୁକ୍ଲା ନାମକ ଜଣେ ପୂଝାରୀଙ୍କ ବୟାନ ରେକର୍ଡ କରିଥିଲେ | ପ୍ରସାଦ ଶୁକ୍ଲା ତ୍ରମ୍ବକେସ୍ବର ମନ୍ଦିରରେ ପୂଜା କରନ୍ତି | ପ୍ରସାଦଙ୍କ ବୟାନ ଅନୁଯାୟୀ, ସନାପ ଜାନୁଆରୀ ୫ ତାରିଖରେ ମନ୍ଦିରରେ ପୂଝାରୀଙ୍କୁ ଭେଟିଥିଲା ଏବଂ କାଳସର୍ପ ଏବଂ ଅତିଗଣ୍ଡ ଯୋଗ ପୂଜା କରିବା ପାଇଁ କହିଥିଲା | ସନାପ ନିଜର ଜାତକ ବା କୋଷ୍ଠୀ ନେଇ ପୁଝାରୀଙ୍କ ପାଖକୁ ଯାଇଥିଲା କଥାବାର୍ତ୍ତା କରିବା ପାଇଁ | ସେଠାରେ ସେ ତାଙ୍କୁ କହିଥିଲା ଯେ, ଏକ ପାପ କରିଛି | ଆଉ ଏହି ପୂଜା କରିବା ଦ୍ୱାରା ତାର ପାପର ପ୍ରାୟଶ୍ଚିତ ହୋଇପାରିବ କି ? ତେବେ ପୂଝାରୀ ଜଣକ ସନାପକୁ ସିଧା ସିଧା କହିଥିଲେ ଯେ, ସେ କରିଥିବା ପାପର ପୂଜା ସହିତ କିଛି ସମ୍ପର୍କ ନାହିଁ | ସୂଚନାଯୋଗ୍ୟ ଯେ, ସରକାରୀ ଓକିଲ ଠାକରେ କୋର୍ଟରେ ଆଉ ଜଣେ ଜ୍ୟୋତିଷଙ୍କ ବୟାନ ମଧ୍ୟ ରେକର୍ଡ କରିଥିଲେ | ଜ୍ୟୋତିଷ ରାଜାଭାଉ ଅହୁର ସେଠାକାର ଜଣେ ନାମୀ ଜ୍ୟୋତିଷ | ସେ ନିଜ ବୟାନରେ କହିଥିଲେ ଯେ, ସନାପ ତାର ଜାତକ ଧରି ତାଙ୍କ ପାଖକୁ ଆସିଥିଲା ଏବଂ ସେ ବହୁତ ଚିନ୍ତିତ ଜଣାପଡୁଥିଲା | ତେବେ ସେ ଆସି ଜ୍ୟୋତିଷଙ୍କୁ କହିଥିଲା ଯେ, ତାର ଗ୍ରହ ନକ୍ଷତ୍ର ସମସ୍ତେ ଠିକ ଗତି କରୁନାହାନ୍ତି | ସେ ଅହୁରଙ୍କୁ ତାର ଜାତକ ମଧ୍ୟ ଦେଖାଇଥିଲା | ପ୍ରାୟ ଘଂଟାଏ କଳା ଜ୍ୟୋତିଷଙ୍କ ସହ ଆଲୋଚନା କଲାପରେ ସନାପ ତାଙ୍କୁ ପଚାରିଥିଲେ ଯେ, ଯଦି ସେ କୌଣସି ସ୍ତ୍ରୀ ପ୍ରତି ଅନ୍ୟାୟ ବା କୌଣସି ପାପ କରିଥିବା ତାହେଲେ କୌଣସି ପୂଜା ଦ୍ୱାରା ସେହି ପାପର ପ୍ରତିକାର ହୋଇପାରିବ କି ? ତେବେ ଉକ୍ତ ମାମଲାରେ ଏଯାଏଁ କୋର୍ଟ କୌଣସି ଶୁଣାଣି କରିନାହାନ୍ତି | ଆସନ୍ତା ବୁଧବାର ଯାଏଁ ଶୁଣାଣି ସ୍ଥଗିତ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.