କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ ସରିଛି, ଖୁବଶୀଘ୍ର ହେବ ଘୋଷଣା- ତାରାପ୍ରସାଦ ବାହିନୀପତି

Published By : Prameya-News7 Bureau | November 12, 2022 IST

ଭୁବନେଶ୍ୱର ୧୨।୧୧ : କଂଗ୍ରେସ ଆପାତତଃ ପ୍ରାର୍ଥୀ ଚୟନ କରିସାରିଛି । ସତ୍ୟ ଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ହେବା ଫାଇନାଲ । ଖୁବଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦୁଇ ତିନି ଭିତରେ ସତ୍ୟ ଭୂଷଣ ସାହୁ ନାମାଙ୍କନ ପତ୍ର ଦାଖଲ କରିବେ । କିନ୍ତୁ ସେଠି ନିର୍ବାଚନ ଲଢ଼ିବା ପାଇଁ ଆମ ପାଖରେ ଅର୍ଥର ଅଭାବ ରହିଛି । ସେଠି ଆମେ ୩୦ ରୁ ୩୫ ହଜାର ଭୋଟ ପାଇଥିଲୁ । ଆମର ଷ୍ଟ୍ରଙ୍ଗ କ୍ୟାଣ୍ଡିଡେଟ ରହିଛନ୍ତି । ତେଣୁ ସେଠି ବିଜେପି-ବିଜେଡ଼ି ନୁହେଁ କଂଗ୍ରେସ ହିଁ ବିଜୟ ଲାଭ କରିବ ।

ସୂଚନାଯୋଗ୍ୟ ଯେ, ପଦ୍ମପୁରର ଆସନରେ ଉପନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିସାରିଛି । ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତଙ୍କ ନାମକୁ ଘୋଷଣା କରିଛି ଦଳ । ସେ ଆସନ୍ତା ୧୪ ତାରିଖରେ ନାମାଙ୍କନ ଭରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.