ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ

Published By : Prameya-News7 Bureau | October 27, 2021 IST

ତାମିଲନାଡୁ ୨୭/୧୦: ତାମିଲନାଡୁର କାଲାକୁରୁଚି ଜିଲ୍ଲା ସଙ୍କରପୁରମରେ ଥିବା ଏକ ହୋଲସେଲ ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । ଗୋଦାମରେ ନିଆଁ ଲାଗି ବିସ୍ଫୋରଣ ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି । ବିସ୍ଫୋରଣର ଏକ ଭିଡ଼ଓ ସାମ୍ନାକୁ ଆସିଛି ।

wp:html /wp:html

ଯେଉଁଥିରେ ବାଣ ଫୁଟିବାର ଶବ୍ଧ ଶୁଣାଯିବା ସହ ଆକାଶକୁ ନିଆଁ ଉଠୁଥିବାର ଦେଖାଯାଇଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ନିଆଁ ପାଖ ଦୋକାନ ଗୁଡିକୁ ବ୍ୟାପିଯାଇଥିଲା । ଏହାସହ ନିକଟ ଦୋକାନରେ ଏଲପିଜି ସିଲିଣ୍ଡର ଫାଟି ଯିବାରୁ ନିଆଁକୁ ଆୟତ୍ତ କରିବା ମୁସ୍କିଲ ହୋଇପଡ଼ିଥିଲା । ଦୀପାବଳି ପୂର୍ବରୁ ବାଣ କିଣିବା ପାଇଁ ଦୋକାନରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

କାଲାକୁରୁଚି ଏବଂ ତିରୁକୋଇଲୁରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.