ସ୍ୱରା ଭାସ୍କର କରୋନା ସଂକ୍ରମିତ, ପୋଷ୍ଟ କରି କହିଲେ-‘ଡବଲ୍ ଭ୍ୟାକ୍ସିନ୍ ନେଇଛି, ଆଶା କରୁଛି ଶୀଘ୍ର ଠିକ୍ ହୋଇଯିବି’

Published By : Prameya-News7 Bureau | January 07, 2022 IST

ମୁମ୍ବାଇ ୦୭/୦୧: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟାନ୍ୟ ସହରରେ ସଂକ୍ରମଣ ସଂଖ୍ୟା ଭୟାନକ। ଗତ କିଛି ଦିନ ମଧ୍ୟରେ, ବଲିଉଡ ଏବଂ ଟିଭି ଜଗତ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ଷ୍ଟାର କୋଭିଡ -୧୯ ର ଶିକାର ହୋଇସାରିଛନ୍ତି। ବର୍ତ୍ତମାନ ଟିଭି ଅଭିନେତ୍ରୀ ସ୍ୱରା ଭାସ୍କର କରୋନା ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ସ୍ୱରା ଏବଂ ତାଙ୍କ ପରିବାର ବର୍ତ୍ତମାନ ଆଇସୋଲେସନ୍ ଅଛନ୍ତି ଏବଂ ସମସ୍ତ ନିୟମ ପାଳନ କରୁଛନ୍ତି।

wp:html /wp:html

ସ୍ୱରା ତାଙ୍କ ପୋଷ୍ଟରେ ଲେଖିଛନ୍ତି- 'ଜାନୁୟାରୀ ୫, ୨୦୨୨ ରୁ କୋଭିଡର ଲକ୍ଷଣ ଦେଖା ହେଲା। RT-PCR ପରୀକ୍ଷା ଏହାକୁ ନିଶ୍ଚିତ କରିଛି। ମୁଁ ଏବଂ ମୋ ପରିବାର ଜାନୁୟାରୀ ୫ ସନ୍ଧ୍ୟା ଠାରୁ ଆଇସୋଲେସନ୍ ଅଛୁ ... ଏବଂ ମୁଁ ସମସ୍ତ ସତର୍କତା ଅବଲମ୍ବନ କରୁଛି। ମୁଁ ମୋର କୋଭିଡ ସଂକ୍ରମଣ ବିଷୟରେ ସେହି ସମସ୍ତଙ୍କୁ ଜଣାଇଛି, ଯେଉଁମାନଙ୍କୁ ମୁଁ ଏକ ସପ୍ତାହ ପୂର୍ବରୁ ଭେଟିଥିଲି। ଯଦି କେହି ମୋ ସମ୍ପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ। ଡବଲ୍ ମାସ୍କ ପିନ୍ଧନ୍ତୁ ଏବଂ ସମସ୍ତେ ସୁରକ୍ଷିତ ରୁହନ୍ତୁ।’

ତାଙ୍କ ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି- 'ହେଲୋ କୋଭିଡ, ମୋର RT-PCR ଟେଷ୍ଟ ଲେଜଲ୍ଟ ଆସିଛି ଏବଂ ଟେଷ୍ଟ ପଜିଟିଭ୍ ହୋଇଛି। ନିଜକୁ ଆଇସୋଲେସନ୍ କରିଛି। ଜ୍ୱର, ମୁଣ୍ଡବିନ୍ଧା ଏବଂ ସ୍ୱାଦର କ୍ଷମତା ଶେଷ ହେବା ଭଳି ଲକ୍ଷଣ ରହିଛି। ଡବଲ୍ ଭ୍ୟାକ୍ସିନ୍ ନେଇଛି, ତେବେ ଆଶା କରୁଛି ଶୀଘ୍ର ସବୁ ଠିକ୍ ହୋଇଯିବ। ସମସ୍ତେ ନିରାପଦରେ ରୁହନ୍ତୁ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.