ନବରଙ୍ଗପୁର ୧୫।୨: ସ୍କୁଲ ପାଚେରୀରେ ସ୍ବଚ୍ଛ ଭାରତର ଟ୍ରେନ୍ ବଗି । ଭିତରକୁ ଗଲେ ରଙ୍ଗ ବେରଙ୍ଗର ନୀତିବାଣୀ । ଶ୍ରେଣୀ ଗୃହ ସାମ୍ନାରେ ସଜଡା ହୋଇ ରଖାହୋଇଛି ଛାତ୍ରଛାତ୍ରୀଙ୍କ ଜୋତା । ବେସରକାରୀ ସ୍କୁଲର ଭ୍ରମ ସୃଷ୍ଟି କରୁଥିବା ଏବଂ ସ୍ବଚ୍ଛତାର ବାର୍ତ୍ତା ବହନ କରୁଥିବା ଏହି ସ୍କୁଲ ହେଉଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ଉପାନ୍ତ ସନ୍ୟାସିଗୁଡା ସରକାରୀ ବିଦ୍ୟାଳୟ । ସ୍କୁଲକୁ ନିଜ ଉଦ୍ୟମରେ ଏଭଳି ସଜାଇଛନ୍ତି ସ୍କୁଲର ଦୁଇ ଶିକ୍ଷକ । ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କ ଉଦ୍ୟମକୁ ସଫଳ କରିବା ପାଇଁ ନିଜେ ସଫା ରହି ସ୍କୁଲ ଓ ଗାଁ ପରିବେଶକୁ ମଧ୍ୟ ସ୍ବଚ୍ଛ ରଖୁଛନ୍ତି ।
{"id":224698,"sizeSlug":"large"}ସ୍ବଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛନ୍ତି ଦୁଇ ଶିକ୍ଷକ । ସରକାରଙ୍କ ସ୍ବଚ୍ଛ ଭାରତ ନାରାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ପ୍ରୟାସ । ନିଜ ପ୍ରଚେଷ୍ଟାରେ ଅସଜଡ଼ା ସ୍କୁଲକୁ ସଜାଡି ଦେଇଛନ୍ତି । ଏମାନେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସନ୍ୟାସୀଗୁଡା ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକ ଅନାଦ ହରିଜନ ଓ ଅମୀୟ ଶିଶିର ବାଘ । ୨୦୦୨ ମସିହା ଏପ୍ରିଲ ୪ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ଗତ ୧୪ ମାସ ପୂର୍ବେ ଦୁଇ ଶିକ୍ଷକ ଯୋଗଦାନ କରିଥିଲେ । ତେବେ ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ପ୍ରବେଶ ପାଚେରୀରେ ସ୍ବଚ୍ଛ ଭାରତ ନାରା ଲେଖାଥିବା ଟ୍ରେନ ବଗି ଭଳି ସଜାଇଥିଲେ ।
{"id":224699,"sizeSlug":"large"}ଭିତର ବଗିଚା ପାଚେରୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଣ୍ଟିବା ଓ ଉତ୍ତମ ଚରିତ୍ର ଗଠନ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ନୀତିବାଣୀ ଲେଖା ହେବା ସହିତ ସରକାରଙ୍କ ନାରୀ ଶିକ୍ଷାର ବାର୍ତ୍ତା, ଦିବ୍ୟାଙ୍ଗଙ୍କ ପ୍ରତି ସମ୍ମାନ, ନାରୀକୁ ସମ୍ମାନ ଭଳି ଅନେକ ବାର୍ତ୍ତା ସହ ସ୍କୁଲକୁ ସ୍ବଚ୍ଛତା ରଖିବା ପାଇଁ ମହାତ୍ମା ଗାନ୍ଧିଙ୍କ ଚିତ୍ର ସହ ଭଳିକି ଭଳି ସ୍ବଚ୍ଛ ଭାରତର ଚିତ୍ର ଅଙ୍କାଯାଇଛି । ଏ
{"id":224701,"sizeSlug":"large"}ହାସହ ସ୍କୁଲ ପରିବେଶକୁ ସ୍ବଚ୍ଛ ରଖାଯାଉଛି । ଯାହାଫଳରେ ସ୍କୁଲରେ ପ୍ରତ୍ୟେକ ଦିନ ଉପସ୍ଥାନ ବୃଦ୍ଧି ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କ ଏହି ଉଦ୍ୟମ ସହ ତାଳ ଦେଇ ସ୍କୁଲରେ ନିଜେ ପିନ୍ଧିଥିବା ଚପଲକୁ ଗୋଟିଏ କୋଣରେ ସଜାଡି ରଖିବା ସହ ନିଜେ ସ୍ବଚ୍ଛ ରହି ମଧ୍ୟାହ୍ନ ଭୋଜନ ଗ୍ରହଣ ପୂର୍ବରୁ ହାତକୁ ସାବୁନରେ ଧୋଇବା ଓ ଖାଇବା ପ୍ଲେଟକୁ ସଫା କରୁଛନ୍ତି ।
{"id":224700,"sizeSlug":"large"}କେବଳ ସ୍କୁଲ ପରିବେଶକୁ ସ୍ବଚ୍ଛ ରଖି ନାହାନ୍ତି ଏହି ଦୁଇ ଶିକ୍ଷକ । ବରଂ ଛାତ୍ରଛାତ୍ରୀର ଉତ୍ତମ ଚରିତ୍ରର ପ୍ରଭାବ ପୁରା ପରିବାର ଓ ସମାଜ ଉପରେ ପଡ଼ୁଥିବାରୁ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତ୍ୟେକ ଶନିବାର ଦିନ ନିଜ ଘର ଓ ଗାଁ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ସ୍ଲୋଗାନ ଦେଇ ଗାଁରେ ସଚେତନ ରାଲି ମଧ୍ୟ କରନ୍ତି । ଛାତ୍ରଛାତ୍ରୀଙ୍କ ଭଳି ଗାଁ ଲୋକେ ମଧ୍ୟ ସଫାସୁତୁରା ରଖୁଥିବା କହିଛନ୍ତି ଦୁଇ ଶିକ୍ଷକ ।