ସୂର୍ଯ୍ୟପରାଗରେ ଵିରିୟାନୀ ଘଟଣା ନେଇ ହେତୁବାଦୀଙ୍କୁ ହତ୍ୟା ଧମକ, ଥାନାରେ ମାମଲା

Published By : Prameya-News7 Bureau | October 27, 2022 IST

କଟକ, ୨୭/୧୦: ସୂର୍ଯ୍ୟପରାଗରେ ଵିରିୟାନୀ ଖାଇବା ଓ ଵାଣ୍ଟିଵା ଘଟଣା ନେଇ ହେତୁବାଦୀଙ୍କୁ ହତ୍ୟା ଧମକ। ଏନେଇ କଟକ ମର୍କତନଗର ଥାନାରେ ହେତୁବାଦୀ ଦେବେନ୍ଦ୍ର ସୂତାର ଏତଲା ଦେଇଛନ୍ତି। ଏତଲାରେ ଏକ ଅଜଣା ନମ୍ୱରରୁ କଲ୍ ଆସିଥିଵା ଓ ଅପରପଟେ ଥିବା ଵ୍ୟକ୍ତି ଦେବେନ୍ଦ୍ରଙ୍କୁ 'ତୁମେ ଆମ ଧର୍ମ ବିରୁଦ୍ଧରେ ଯାଉଛ ତୁମକୁ ଆମେ ଖୁଵ୍ ଶୀଘ୍ର ଜୀବନରୁ ମାରିଦେବୁ' ବୋଲି କହିବା ପରେ ଫୋନ୍ କାଟି ଦେଇଥିଲେ। ଏହି ଅଜଣା ନମ୍ୱରଟିକୁ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏଥି ସହ ଗତ ୨୪ ତାରିଖ ଦିନ ସୂର୍ଯ୍ୟପରାଗ ଦିନ ସମୁହ ବିରିୟାନୀ ଭୋଜି ଘଟଣାଟିକୁ ନେଇ ଏହିଭଳି ଘଟି ଥାଇପାରେ ବୋଲି ଅଭିଯୋଗକାରୀ ଦେବେନ୍ଦ୍ର ସୁତାର ଅନୁମାନ କରୁଥିବା କହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏତଲା ଦ୍ଵାରା ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.