ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଏବେ ହେବ IPL ଓ ଅନ୍ତର୍ଜାତୀୟ ମ୍ୟାଚ୍, ସରକାର ଦେଲେ ମଞ୍ଜୁରୀ

NEWS7
surprising-revelation-about-ranya-raos-political-connections

ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଅନେକ ମାସର ଅନିଶ୍ଚିତତା ପରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘକୁ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ ମ୍ୟାଚ୍ ଅୟୋଜନ କରିବାକୁ ଅନୁମତି ମିଳିଛି। ରାଜ୍ୟ ଗୃହ ବିଭାଗ ସରକାରଙ୍କ ଦ୍ଵାରା ନିଯୁକ୍ତ କାର୍ଯ୍ୟ ବଳର ରିପୋର୍ଟର ସମୀକ୍ଷା କରିବା ପରେ ମ୍ୟାଚ୍ ଆୟୋଜନକୁ ସବୁଜ ସଙ୍କେତ ଦେଇଛନ୍ତି। ଏହି ରିପୋର୍ଟରେ ଷ୍ଟାଡିୟମରେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା କାର୍ଯ୍ୟକୁ ସନ୍ତୋଷ ପ୍ରକାଶ କରାଯାଇଛି।

କେଏସିଏର ମୁଖପାତ୍ର ବିନୟ ମୃତ୍ୟୁଞ୍ଜୟ କହିଛନ୍ତି, ଆମେ ଏହି ଖବର ଜଣାଇ ଖୁସି ହେଉଛୁ ଯେ, କର୍ଣ୍ଣାଟକ ସରକାରଙ୍କ ଗୃହ ବିଭାଗ ବେଙ୍ଗାଲୁରୁରର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ ମୁକାବିଲାର ଅୟୋଜନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସରକାରଙ୍କ କମିଟି ଦ୍ଵାରା ନିର୍ଦ୍ଧାରିତ ସମସ୍ତ ମାନଦଣ୍ଡକୁ ପୂରା କରିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

ଗତ ବର୍ଷ ଆରସିବିର ଆଇପିଏଲ୍ ଟ୍ରଫି ବିଜୟ ଖୁସିରେ ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ଭବ୍ୟ ସମାରୋହ ଆୟୋଜନ ହୋଇଥିଲା। ପ୍ରଶଂସକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ହେଲେ ଦଳଚକଟାରେ ୧୧ ଜଣ ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ଉପରେ ରୋକ୍ ଲଗାଇଥିଲେ ରାଜ୍ୟ ସରକାର। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ତଦନ୍ତ କମିଟି ଗଠନ ହୋଇଥିଲା। ଆଉ କମିଟିର ରିପୋର୍ଟରେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ପରବର୍ତ୍ତୀ ସମୟରେ କରିଥିବା ବ୍ୟବସ୍ଥା ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି।