ମୁଁ ସୁରେଶ ରାଇନା.. ସାହିଦ ଆଫ୍ରିଦି ନୁହେଁ.. କାହିଁକି ଏମିତି କହିଲେ ମିଷ୍ଟର ଆଇପିଏଲ୍‌

Published By : Prameya-News7 Bureau | March 20, 2023 IST

ମୁମ୍ବାଇ ୨୦।୦୩ :  ରିପୋର୍ଟସ ମୁହଁ ତୋଡ଼ ଜବାବ ଦେଲେ ସୁରେଶ ରାଇନା । ଟିମ୍‌ ଇଣ୍ଡିଆ ପୂର୍ବତନ ବ୍ୟାଟର ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ମଜାଳିଆ ଭାବେ ଉତ୍ତର ଦେଇଛନ୍ତି । ଯାହାକୁ ଶୁଣି ପ୍ରେସ୍‌ମିଟ୍‌ରେ ଉପସ୍ଥିତ ଥିବା ସମସ୍ତେ ହସିବାକୁ ଲାଗିଥିଲେ । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଟିମ୍‌ ଇଣ୍ଡିଆର ମିଡିଲ୍‌ ଅର୍ଡର ବ୍ୟାଟସମ୍ୟାନ୍‌ ସୁରେଶ ରାଇନା ଏବେ ଲିଜେଣ୍ଡସ୍‌ କ୍ରିକେଟ୍‌ ଲିଗ୍‌ ଖେଳୁଛନ୍ତି । କତ୍ତାରର ଦୋହାରେ ଚାଲିଛି ଏହି ଟୁର୍ଣ୍ଣାମେଣ୍ଟ । ଏଥିରେ ବିଶ୍ୱର ଅନେକ ଖେଳାଳି ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ରାଇନା ଜବରଦସ୍ତ ଫର୍ମରେ ଅଛନ୍ତି । କିଛି ମ୍ୟାଚ୍‌ରେ ନିଜର ବ୍ୟାଟିଂ ଜରିଆରେ ବିରୋଧୀ ଟିମ୍‌ର ନିଦ ହଜାଇ ଦେଇଛନ୍ତି ରାଇନା । ତା ସାଙ୍ଗଙ୍କୁ ତାଙ୍କର ଚମତ୍କାର ଫିଲ୍ଡିଂ । ଯାହାକି ଟିମ୍‌କୁ ଅନେକ ପରିମାଣରେ ସହାୟତା ହେଉଛି ।

wp:html /wp:html

ଦୋହାରେ ଖେଳାଯାଉଥିବା ଟି-୨୦ ଲିଗ୍‌ରେ ରାଇନା ବିଶ୍ୱ ଜାଏଣ୍ଟସ ବିରୋଧରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସୁରେଶ ରାଇନାଙ୍କ ୪୯ ରନ୍‌ର ପାରିରେ ୨ଟି ଚୌକା ଓ ୩ଟି ଛକ୍କା ରହିଛି । ଏହାପରେ ବି ଇଣ୍ଡିଆ ମହାରାଜାକୁ ୩ ଓ୍ୱିକେଟ୍‌ରେ ପରାସ୍ତ ହେବାକୁ ପଡିଥିଲା । ମ୍ୟାଚ୍‌ ପରେ ଆୟୋଜିତ ପ୍ରେସ୍‌ମିଟ୍‌ ସୁରେଶ ରାଇନାଙ୍କୁ ସାମ୍ବାଦିକମାନେ ଏକ ମଜାଳିଆ ପ୍ରଶ୍ନ ପଚାରିଥିଲେ । ରିପୋର୍ଟସ କହିଥିଲେ କି, ଆପଣ ତ ଏବେ ଚମତ୍କାର ଫର୍ମରେ ଅଛନ୍ତି । ତେଣୁ ଆଇପିଏଲ୍‌କୁ ରିଟର୍ଣ୍ଣ କରିପାରିବେ କି ? ଏହାର ଉତ୍ତର ଦେଇ ରାଇନା କହିଥିଲେ କି, ମୁଁ ସୁରେଶ ରାଇନା.. ସାହିଦ ଆଫ୍ରିଦି ନୁହେଁ । ମୁଁ କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ନେଇସାରିଛି । ତେଣୁ ମୁଁ ଆଉ କଣ ଖେଳିପାରିବି ? ଯାହାକୁ ନେଇ ଉପସ୍ଥିତ ଥିବା ସାମ୍ବାଦିକମାନେ ହସିବାକୁ ଲାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.