ମୁମ୍ଵାଇ ୦୪।୦୩: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଚନ୍ଦନା। ପ୍ରେମିକ କରଣ ଶର୍ମାଙ୍କ ସହ ନେଇଛନ୍ତି ସାତଫେରା। ଉଭୟ ପରସ୍ପରକୁ ଦୀର୍ଘ ୧୦ ବର୍ଷ ଧରି ଡେଟ୍ କରୁଥିଲେ। ଶେଷରେ ସେମାନେ ରାଜସ୍ଥାନର ଜୟପୁରରେ ବିବାହ କରିଛନ୍ତି। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦୁହିଁଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କ ମନ ଜିଣୁଛି। ସାଥୀ କଳାକାରଙ୍କ ସହ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
wp:html/wp:html
ଏହି କପଲ ରାଜସ୍ଥାନର ଜୟପୁରରେ ସାତ ଫେରା ନେଇଥିଲେ। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଏକ ଭିଡିଓରେ ସୁରଭି ନାଚି ନାଚି ଏଣ୍ଟ୍ରି କରୁଛନ୍ତି। ଏହା ପରେ କରଣ ମଧ୍ୟ ତାଙ୍କ ପାଖକୁ ଗୀତ ଗାଇକି ଆସୁଛନ୍ତି। ଏହାରି ମଧ୍ୟରେ ସୁରଭି ଏକ ପେଷ୍ଟେଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ସିମ୍ପଲ୍ ଲୁକ୍ରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏହା ସହିତ ବର କରଣ ଧୂସର ରଙ୍ଗର ଶେରୱାନି ସହ ସୁବର୍ଣ୍ଣ ରଙ୍ଗର ପଗଡିରେ ନଜର ଆସିଥିଲେ।
wp:html/wp:html
କହିବାକୁ ଗଲେ ସୁରଭି ତାଙ୍କ ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । କିଛି ଦିନ ପୂର୍ବରୁ ସେ ଏବଂ କରଣ ଶର୍ମାଙ୍କ ନିଜ ସମ୍ପର୍କ ବିଷୟରେ ସେ ପ୍ରକାଶ କରିଥିଲେ। ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ସେମାନେ ନିଜ ସମ୍ପର୍କକୁ ଅଫିସିଆଲ ଭାବେ ଜଣାଇଥିଲେ। ସୁରଭି ଟେଲିଭିଜନ ଧାରାବାହିକ ‘ଇସ୍କବାଜ’ ଜରିଆରେ ବେଶ ଲୋକପ୍ରିୟ ହୋଇଥିଲେ। ସେ ‘ତାରକ ମେହତା କା ଉଲଟା ଚଷମା’ରୁ ୨୦୦୯ରେ ଅଭିନୟ ଆରମ୍ଭ କରିଥିଲେ।
wp:embed {"url":"https://www.prameyanews7.com/shahrukh-khan-chants-jai-shree-ram-gives-heartfelt-speech/","type":"wp-embed","providerNameSlug":"prameya-news-7"} /wp:embed