ପିଏମ ମୋଦୀ ଡିଗ୍ରୀ ବିବାଦ: ଅରବିନ୍ଦ କେଜରିଓ୍ବାଲଙ୍କୁ ବଡ଼ ଝଟକା, ସୁପ୍ରିମକୋର୍ଟରେ ଆବେଦନ ଖାରଜ

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀକୁ ନେଇ ବିବାଦୀୟ ଟିପ୍ପଣୀ କରି ମାନହାନି ମାମଲାରେ ଫସିଛନ୍ତି ଅରବିନ୍ଦ କେଜରିଓ୍ବାଲ । ମାମଲାରେ ଆଶ୍ବସ୍ତି ପାଇଁ କରୁଥିବା ଆବେଦନ ବାରମ୍ବାର ଖାରଜ ହେଉଛି। ଏବେ ପୁଣି ସୋମବାର ସୁପ୍ରିମକୋର୍ଟରେ ମାମଲାର ଆବେଦନ ଖାରଜ ହେବା ଅରବିନ୍ଦ କେଜରିଓ୍ବାଲଙ୍କୁ ଦେଇଛି ଝଟକା।

ସୂଚନାଥାଉକି, ଗୁଜରାଟ ବିଶ୍ବବିଦ୍ୟାଳୟ ତରଫରୁ ରୁଜୁ ମାନହାନି ମାମଲାରେ ଟ୍ରାଏଲ କୋର୍ଟ କେଜରିଓ୍ବାଲଙ୍କୁ ସମନ ଜାରି କରିଥିଲା। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପୀୟୂଷ ପଟେଲ ଅରବିନ୍ଦ କେଜରିଓ୍ବାଲ ଏବଂ ସଞ୍ଜୟ ସିଂହଙ୍କ ବିରୋଧରେ ଟ୍ରାଏଲ କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ।

ହେଲେ କେଜରିଓ୍ବାଲ ଏହାକୁ ରଦ୍ଦ କରିବା ପାଇଁ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ଯାଇଥିଲେ। ହାଇକୋର୍ଟ, ଟ୍ରାଏଲ କୋର୍ଟଙ୍କ ସମନ ଉପରେ ରୋକ ଲଗାଇବାକୁ ମନା କରିଥିଲେ। ଏହା ପରେ କେଜରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଏହା ପୂର୍ବରୁ ସଞ୍ଜୟ ସିଂହ ଏହି ମାମଲାରେ ଆଶ୍ବସ୍ତି ପାଇଁ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସର୍ବୋଚ୍ଚ କୋର୍ଟ ଚଳିତ ବର୍ଷ ଏପ୍ରିଲରେ ତାଙ୍କର ଆବେଦନକୁ ଖାରଜ କରିଥିଲେ। ସେହିଭଳି ଏବେ କେଜରିଓ୍ବାଲଙ୍କ ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦିଆଯାଇଛି। ଯଦି ଏଠାରୁ ତାଙ୍କୁ ଆଶ୍ବସ୍ତି ମିଳୁନାହିଁ ତେବେ କେଜରିଓ୍ବାଲଙ୍କୁ ଟ୍ରାଏଲ କୋର୍ଟରେ ହାଜର ହେବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.