ଆଜି ସୁପ୍ରିମକୋର୍ଟରେ ଦାଗୀ ନେତାଙ୍କୁ ଅଯୋଗ୍ୟ ଘୋଷିତ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି

Published By : Prameya-News7 Bureau | September 25, 2018 IST

ନୂଆଦିଲ୍ଲୀ ୨୫|୯: ଅପରାଧିକ ମାମଲା ସାମ୍ନା କରୁଥିବା ବିଭିନ୍ନ ଦାଗୀ ନେତାମାନେ ମାମଲା ଗୁଡ଼ିକରେ ଦୋଷୀସାବ୍ୟସ୍ତ ହେବା ପୂର୍ବରୁ ଅଯୋଗ୍ୟ ଘୋଷିତ ହେବେ କି ନା’ ସେନେଇ ଆଜି ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ବର୍ତ୍ତମାନର ଆଇନ ବ୍ୟବସ୍ଥା ଅନୁଯାୟୀ ଅପରାଧିକ ମାମଲା ସାମ୍ନା କରୁଥିବା ସାଂସଦ ଏବଂ ବିଧାୟକମାନେ କେବଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଅଯୋଗ୍ୟ ଘୋଷିତ ହେଉଛନ୍ତି। କିନ୍ତୁ ଅପରାଧିକ ପୃଷ୍ଠଭୂମିର ନେତାମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ହୋଇଥିଲା। ଆଜି ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରିବେ ଏବଂ ଏହା ଉପରେ ନିଷ୍ପତ୍ତି ନେବେ। ଅନ୍ୟପକ୍ଷେ ଦାଗୀ ନେତାଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ୍ କୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.