ସ୍ବତନ୍ତ୍ର POCSO ଅଦାଲତ ସ୍ଥାପନା କର; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | May 15, 2025 IST

ନୂଆଦିଲ୍ଲୀ: ଗୁରୁବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରାଥମିକତା ଆଧାରରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସ୍ଥାପନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋକ୍ସୋ ଅଧିନିୟମ ସହିତ ଜଡ଼ିତ ମାମଲା ଗୁଡ଼ିକର ତ୍ବରିତ ବିଚାର ପାଇଁ ଚିନ୍ତା ପ୍ରକାଶ କରି ଏହି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ । ଅନ୍ୟପଟେ କୋର୍ଟ କହିଛନ୍ତି, ଦେଶରେ ପୋକ୍ସୋ ଅଦାଲତ ଯଥେଷ୍ଟ ନଥିବାରୁ ମାମଲାଗୁଡ଼ିକରେ ଶୁଣାଣି ବିଳମ୍ବ ହେଉଛି ।

ନ୍ୟାୟଧୀଶ ଜଷ୍ଟିସ୍ ବେଲା ଏକ ତ୍ରିବେଦୀ ଓ ଜଷ୍ଟିସ୍ ପିବି ଓ୍ବରାଲେଙ୍କ ଦୁଇ ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ କହିବା ଅନୁଯାୟୀ, ଦେଶରେ ପୋକ୍ସୋ ସ୍ବତନ୍ତ୍ର ଅଦାଲତ ସଂଖ୍ୟା ଅପେକ୍ଷାକୃତ କମ୍ ରହିଛି । ତେଣୁ ନିର୍ଦ୍ଦାରିତ ସମୟ ସୀମା ଭିତରରେ ରାୟ ପ୍ରକାଶ ହୋଇପାରୁନାହିଁ । ଏଥିପାଇଁ ପୋକ୍ସୋ ଅଧିନିୟମ ଆଧାରରେ ସ୍ବନନ୍ତ୍ର ଅଦାଲତର ଆବଶ୍ୟକତା ରହିଛି । 

ଖଣ୍ଡପୀଠ କ’ଣ କହିଲେ ?

ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ବେଞ୍ଚ୍ କହିଛନ୍ତି, ଭାରତୀୟ ସଂଘ ଓ ରାଜ୍ୟ ସରକାର ପୋକ୍ସୋ ମାମାଲରେ ଯାଞ୍ଚ ସହିତ ଜଡ଼ିତ ଅଧିକାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ଉଚିତ୍ ପଦକ୍ଷେପ ନିଆଯିବ ଜରୁରୀ । ଏହାସହିତ ସର୍ବୋଚ୍ଚ ପ୍ରାଥମିକତା ଆଧାରରେ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ସ୍ଥାପନା କରିବାକୁ ପଡ଼ିବ ଓ ନିର୍ଦ୍ଦାରିତ ଅବଧି ଭିତରେ ଚାର୍ଜସିଟ୍ ଦାଖଲ ଓ ମକୋଦ୍ଦମାର ଶୁଣାଣି ପୂରା କରି ରାୟ ପ୍ରାକଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ତାମିଲନାଡ଼ୁ, ବିହାର, ମହାରାଷ୍ଟ୍ର ଏଭଳି କରିନାହାନ୍ତି:

ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ ଅଧିକାଂଶ ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ଠାରୁ ଆର୍ଥିକ ସହାୟତା ପ୍ରାପ୍ତ କରି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସ୍ଥାପନା କରିବା ନିର୍ଦ୍ଦେଶକୁ ଅନୁପାଳନ କରିଛନ୍ତି । ମାତ୍ର ତାମିଲନାଡ଼ୁ, ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ମହାରାଷ୍ଟ୍ର ଓ କିଛି ଅନ୍ୟରାଜ୍ୟ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି । ତେଣୁ ବହୁ ସଂଖ୍ୟା ପୋକ୍ସୋ ମାମଲା ଅଦାଲତରେ ପଡ଼ି ରହିଥିବାରୁ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି ବୋଲି ସର୍ବୋଚ୍ଚ ଆଦାଲତ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.