ସୁପ୍ରିମକୋର୍ଟ : ୨୦୧୯ରେ ଆଯୋଧ୍ୟା ମାମଲାର ଶୁଣାଣି, ଜାନୁଆରୀରେ ହେବ ତାରିଖ ନିର୍ଦ୍ଧାରଣ

Published By : Prameya-News7 Bureau | October 29, 2018 IST

ନୂଆଦିଲ୍ଲୀ ୨୯|୧୦: ସୁପ୍ରିମକୋର୍ଟରେ ଆଯୋଧ୍ୟା ମାମଲାର ଶୁଣାଣି ୨୦୧୯ପର୍ଯ୍ୟନ୍ତ ଘୁଞ୍ଚିଲା । ତେବେ ୨୦୧୯ମସିହାର କେବେ ପୁଣି ଶୁଣାଣି ହେବ ତାହା ଧାର୍ଯ୍ୟ କରିନାହାନ୍ତି ଅଦାଲତ । ୨୦୧୯ ମସିହା ଜାନୁଆରୀ ମସିହାରେ ଅଦାଲତ ତାରିଖ ନିର୍ଦ୍ଧାରଣ କରିବେ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ କେ. ଏମ ଜୋଶେଫ ଆଜି ଏହି ମାମଲାର ଶୁଣାଣି ବେଳେ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ମାମଲା ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ ଅବଦୁଲ ନଜିରଙ୍କ ଖଣ୍ଡପୀଠ କରୁଥିଲା । ୨୦୧୦ ମସିହାରେ ଆଲହାବାଦ ହାଇକୋର୍ଟ ରାମ ଜନ୍ମଭୂମୀ ସଂପର୍କରେ ଦେଇଥିବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ମାମଲାର ଶୁଣାଣି ନୂଆ ଖଣ୍ଡପୀଠ କରିବ ବୋଲି ପୂର୍ବ ଖଣ୍ଡପୀଠ ଗତ ସେପ୍ଟେମ୍ବର ୨୭ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.