୩ ଦିନରେ ୧୦୦ କୋଟି କଲା PS-1, 'ବିକ୍ରମ ବେଧା'କୁ ମିଳିଲା ରବିବାର ଛୁଟିର ଫାଇଦା

Published By : Prameya-News7 Bureau | October 03, 2022 IST

ମୁମ୍ଵାଇ ୦୩।୧୦: PS-1 ଏବଂ ରିମେକ ବିକ୍ରମ ବେଧା ବକ୍ସ ଅଫିସ୍‌ରେ ପୁଣି ଥରେ ଧମାଲ୍‌ କରୁଛି। ଉଭୟ ଚଳଚ୍ଚିତ୍ର ରବିବାର ଅର୍ଥାତ୍‌ (ଅକ୍ଟୋବର ୨) ଛୁଟିଦିନର ଭଲ କଲେକସନ୍‌ କରିଛନ୍ତି। ଏହି ସମୟରେ, PS-1 ତିନି ଦିନରେ ମୋଟ ୧୦୦ କୋଟି କଲେକସନ୍‌ ଅତିକ୍ରମ କରିଥିବାବେଳେ, ବିକ୍ରମ ବେଧାଙ୍କ ସଂଗ୍ରହରେ ମଧ୍ୟ ଏକ ଧମାଲ କରିଥିବାର ଦେଖିବାକୁ ମିଳିଛି।  ଏହି ରିପୋର୍ଟରେ ଜାଣନ୍ତୁ ରବିବାର କେଉଁ ଫିଲ୍ମ କେତେ କଲେକସନ୍‌ କରିଛି।

ପୋନିୟିନ୍ ସେଲଭାନ୍ -୧ ଅର୍ଥାତ୍ ଯାହା ଚୋଲା ରାଜବଂଶର ଐତିହାସିକ କାହାଣୀ ଉପରେ ଆଧାରିତ । କ୍ରମାଗତ ଭାବରେ ବକ୍ସ ଅଫିସରେ ନିଜର ଉପସ୍ଥିତି ପ୍ରଦର୍ଶନ କରୁଛି। କେବଳ ରବିବାରର ରୋଜଗାର ବିଷୟରେ କହିବାକୁ ଗଲେ ଏହା ଗତ ଦୁଇ ଦିନ ଅପେକ୍ଷା ଅଧିକ ଭଲ ବେଶ ଭଲ ପ୍ରଦର୍ଶନ କରିଛି। ରବିବାର ଦିନ ଏହି ଚଳଚ୍ଚିତ୍ରଟି ସମସ୍ତ ଭାଷାରେ ମୋଟ ୩୭ କୋଟି ଟଙ୍କା ରୋଜଗାର କରିଥିଲା। ଯାହା ତିନି ଦିନ ପାଇଁ ଏହାର ମୋଟ ସଂଗ୍ରହ ୧୦୮ କୋଟିରେ ପହଞ୍ଚିଛି।

ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନଙ୍କ ଭଳି ତାରକାଙ୍କ ଦ୍ୱାରା ସୁସଜ୍ଜିତ ଦକ୍ଷିଣର ରିମେକ ବିକ୍ରମ ବେଧା ମଧ୍ୟ ରବିବାର ଦିନ ଭଲ ଗତି କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ଦୁଇ ଦିନରେ ପ୍ରାୟ ୨୩ କୋଟି ଟଙ୍କା ଆୟ କରିଥିବା ବେଳେ ରବିବାର ଦିନ ୧୪.୫ କୋଟି ଟଙ୍କା କଲେକସନ କରିଛି। ଏହାର ତିନି ଦିନ ଫିଲ୍ମର ମୋଟ କଲେକସନ ୩୭.୫୯ କୋଟି ଟଙ୍କା ବୋଲି କୁହାଯାଉଛି। କହିବାକୁ ଗଲେ ବିକ୍ରମ ବେଧା ଚଳିତ ବର୍ଷର ଲୋକପ୍ରିୟ ଚଳଚ୍ଚିତ୍ରରେ ସାମିଲ୍‌ ହୋଇଛି। କିନ୍ତୁ ୧୭୫ କୋଟି ବଜେଟ୍ ସହିତ ପ୍ରସ୍ତୁତ ଏହି ଚଳଚ୍ଚିତ୍ର କଲେକସନ୍‌ ଦୃଷ୍ଟିରୁ ନିରାଶ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.