କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ, ଚତୁର୍ଦ୍ଧାମୁରତୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଗହଳି

Published By : Prameya-News7 Bureau | November 08, 2022 IST

ପୁରୀ ୦୮/୧୧: ଆଜି କାର୍ତ୍ତିକ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ । ଏହାରି ଭିତରେ ଆଜି ଗ୍ରହଣ ଲାଗୁଛି । ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ଥିବାରୁ ପ୍ରଭୁଙ୍କ ସୁନାବେଶ ଦର୍ଶନ ଭକ୍ତ ପାଇନଥିଲେ । ପରେ ନୀତିକୁ ଦେଖି ସୁନାଦେଶ ଦର୍ଶନ କରାଯାଇଥିଲା ।

ସୂଚନା ଅନୁସାରେ, ଗ୍ରହଣ ଦିନ (ମଙ୍ଗଳବାର) ସକାଳ ୬ ଟାଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ମିଳିବ । ନିୟମ କହୁଛି, ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କ ସୁନାବେଶ ଓଲାଗି (ଓହ୍ଲାଇବା) ବିଧି ସମ୍ପନ୍ନ ହୋଇଥାଏ । ଭୋର ୫ଟା ୫୪ ପୂର୍ବରୁ ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ହୋଇଥିଲା । ଗତ ୨ବର୍ଷ କରୋନା କଟକଣା ମହାପ୍ରଭୁଙ୍କ କାର୍ତ୍ତିକ ପୂର୍ଣ୍ଣିମା ସୁନାବେଶ ଦର୍ଶନରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ହେଲେ ଆଜି ସୁନାବେଶ ହେବା ପରେ ଭକ୍ତମାନେ ଦର୍ଶନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.