ଖଣ୍ଡଗିରି ଯାତ୍ରା ପେଣ୍ଡାଲ ପଛପଟେ ଝୁଲନ୍ତା ମୃତଦେହ, ଅପମୃତ୍ୟୁର କାରଣ ଅସ୍ପଷ୍ଟ
10/02/2020 at 9:36 PM

ଖଣ୍ଡଗିରି୧୦/୨: ଖଣ୍ଡଗିରି ମେଳାରେ ଚାଞ୍ଚଲ୍ୟ। ଯାତ୍ରା ପେଣ୍ଡାଲ ପଛ ପଟେ ଝୁଲନ୍ତା ମୃତଦେହ ଖଣ୍ଡଗିରି ଯାତ୍ରା ପେଣ୍ଡାଲ ପଛପଟେ ଏକ ଗଛରେ ଗାମୁଛାରେ ଝୁଲୁଥିବା ମୃତଦେହକୁ ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବାରବୁଜା ବସ୍ତିର ଜଣାପଡ଼ିଛି। କିନ୍ତୁ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
କୁମ୍ଭମେଳାରେ ଲୋକେ ବୁଲି ବୁଲି ମଜା ଉଠାଉଥିବା ବେଳେ ଏହି ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖଣ୍ଡଗିରିର ସାଇରିସୋର୍ଟସ ନିକଟରେ ଏକ ଗଛରେ ଗାମୁଛା ଲଗାଇ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛି। ଏନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥିବାବେଳେ ବାରବୁଜା ବସ୍ତିର ମୃତକ ଜଣଙ୍କର ବୟସ ୫୦ ପାଖାପାଖି ହେବ। ସେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହଟିକୁ ଉଦ୍ଧାର କରି ଛାନ୍ଭିନ୍ ଜାରି ରଖିଛି। ମୃତଦେହଟିକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବେଳେ ପ୍ରକୃତ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।