ତିନିମାସ ତଳେ କରିଥିଲେ ପ୍ରେମବିବାହ, ହେଲେ କାହିଁକି ସେମାନେ କଲେ ଆତ୍ମହତ୍ୟା

Published By : Prameya-News7 Bureau | December 28, 2018 IST

ପାନିପଥ ୨୮/୧୨- ପ୍ରେମବିବାହ କରିଥିଲେ । ପ୍ରେମ ପାଇଁ ପରିବାରଠାରୁ ବି ଅଲଗା ରହିଲେ । ହେଲେ ସମୟ ସହ ଦେଇପାରିଲେନି ତାଳ । ପରିସ୍ଥିତିର ସାମନା  କରିନପାରି କରିଦେଲେ ଆତ୍ମହତ୍ୟା । ସେଭଳି ଘଟଣାଟିଏ ଘଟିଛି ହରି୍ୟାଣା ପାନିପଥରେ ।

ବାଇଶି ବର୍ଷ ବୟସ୍କ ସଜ୍ଜନକୁମାର ରାକ୍ଷୀ ନାମକ  ଯୁବତୀକୁ ବିବାହ କରିଥିଲେ । ଏହି ବିବାହକୁ ନେଇ ପରିବାରର ଭିତରେ ଉଠିଥିଲା ଝଡ଼ । ବିଶେଷକରି ସଜ୍ଜନକୁମାରଙ୍କ ବାପା ଏହାକୁ ବିରୋଧ କରୁଥିଲେ । ସେଥିପଇଁ ସେ ସଜ୍ଜନକୁମାରକୁ ଘରେ ପୁରାଇଦେଉ ନ ଥିଲେ, ଯେଉଁଥିପାଇଁ ବାହାରେ ସେ  ଘର ଭଡ଼ା ନେଇ ରହୁଥିଲା ।

କିନ୍ତୁ ଏହି ମୃତ୍ୟୁ ଘଟଣାକୁ ନେଇ କିଛି ପ୍ରକୃତ ଘଟଣା ଜଣା ପଡ଼ିନାହିଁ । ସଜ୍ଜନଙ୍କ ବାପା କହିବା ଅନୁସାରେ , ସେ ଆର୍ଥିକ ସମାସ୍ୟା ଦେଇ ଗତିକରୁଥିଲା । ଯାହାଫଳରେ ଘରଭଡ଼ା, ଗାଡ଼ି କିସ୍ତି  ଓ ଚଳିବା ପାଇଁ କିଛି ସୁବିଧା ଥିଲା । ସେଥିପାଇଁ ମାନସିକ ଚାପରେ ରହୁଥିବା କଥା ସଜ୍ଜନଙ୍କ ବାପା ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ସେ ଗାଡ଼ିକିସ୍ତି ପାଇଁ ତା ମାଆଙ୍କୁ ଫୋନ କରିଥିଲା । ସେ ମାଗିଥିବା ଟଂକା ବି ତା ମାଆ ତା ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେଇଥିଲା  । କିନ୍ତୁ ଆତ୍ମହତ୍ୟା କରିଥିବାର କାରଣ କଣ ଜାଣିନାହାଁନ୍ତି ବୋଲି କହିଛନ୍ତି ସଜ୍ଜନଙ୍କ ବାପା ।

ସଜ୍ଜନ ପ୍ରେମ ବିବାହ କରିବା ପରେ ପରିବାରଠାରୁ ଅଲଗା ରହୁଥିଲା ।  ନିଜର କିଛି ରୋଜଗାର କରିବା ପାଇଁ ବ୍ୟବସ୍ଥା ନ ଥିଲା । ସେଥିପାଇଁ ସେ ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିଲା । ଆତ୍ମହତ୍ୟା କାରଣ ଏହା ହୋଇପାରେ ବୋଲି ସଜ୍ଜନଙ୍କ ବାପା ପ୍ରକାଶ କରିଛନ୍ତି । ପୋଲିସ ସ୍ଵାମୀ-ସ୍ତ୍ରୀଙ୍କ ଦୁହିଁଙ୍କ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.