ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ନଦୀ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ

Published By : Prameya-News7 Bureau | June 20, 2025 IST

ଭୋଗରାଇ: ଉପର ମୁଣ୍ଡରେ ବର୍ଷା ଯୋଗୁ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା ନଦୀ । ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ସ୍ଥିତି ଆଶଙ୍କା ନେଇ ଜିଲ୍ଲାପାଳ ପ୍ରସ୍ତୁତି ବୈଠକ କରିଛନ୍ତି। ୪ ବ୍ଲକର ବିଡିଓଙ୍କ ସହ ତହସିଲଦାରଙ୍କ ବୈଠକରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। 

ଏହା ସହ ସିଡିଏମଓଙ୍କୁ ଆବଶ୍ୟକ ମେଡିସିନ, ସିଏସଓଙ୍କୁ ଜରୁରୀ ଖାଦ୍ୟ ସାମଗ୍ରୀ ମହଜୁଦ ନେଇ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସମୀକ୍ଷା। ସେହିଭଳି ସମ୍ଭାବ୍ୟ ବନ୍ୟା ସ୍ଥିତି ଆଶଙ୍କା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସେପଟେ ମିଳିଥିବା ସୂଚନା ଅନୁସାରେ, ଭୋଗରାଇ ବ୍ଲକର ପ୍ରାୟ ୧୦ରୁ ଅଧିକ ପଞ୍ଚାୟତର ଲୋକେ ବନ୍ୟା ଭୟରେ ଗୃହ ପାଳିତ ପଶୁକୁ ନେଇ ନଦୀ ଉପରକୁ ଆଶ୍ରୟ ନେବାକୁ ଯିବା ଆରମ୍ଭ କରିଛନ୍ତି। ବ୍ଲକର ବାଉଁଶଖଣା, କୁମ୍ଭୀରଗଡ଼ି, କୁଲହା, ପନ୍ତେଇ, ଆରୁହାବର୍ତି ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରୁଥିବା ଜଣାପଡ଼ିଛି। 

ଆହୁରି ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର ପାଇଁ ଦୁଇଟି ବୋଟ ନିୟୋଜିତ କରାଯିବା ସହିତ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ସହିତ ଲୋକଙ୍କୁ ଉଦ୍ଧାର କରାଗଲେ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଭୋଗରାଇ ବିଡ଼ିଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.