ଦିଲ୍ଲୀ ସରକାରୀ ସ୍କୁଲରେ ଏବେ ଛାତ୍ରଛାତ୍ରୀ ଶିଖିବେ French ଭାଷା, ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟଙ୍କୁ ମିଳିବ ସୁଯୋଗ

Published By : Prameya-News7 Bureau | May 03, 2022 IST

ନୂଆଦିଲ୍ଲୀ ୩।୫: ଦିଲ୍ଲୀ ସରକାରୀ ସ୍କୁଲ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଖୁବ୍ ଶୀଘ୍ର ବିଦେଶୀ ଭାଷା ଶିଖିବାର ସୁଯୋଗ ମିଳିବ। ବର୍ତ୍ତମାନ ସମୟରେ ଗ୍ଲୋବାଲ ନଲେଜର ମହତ୍ୱ ଓ ଦୁନିଆର ସଂସ୍କୃତିମାନଙ୍କ ସମ୍ପର୍କରେ ଧାରଣାର ଆବଶ୍ୟକତାକୁ ନଜରରେ ରଖି ଦିଲ୍ଲୀ ସରକାର ବିଦେଶୀ ଭାଷା ଶିକ୍ଷା ସମ୍ପର୍କିତ ପଦକ୍ଷେପ ନେଇଛନ୍ତି।  ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି। ଦିଲ୍ଲୀ ସରକାରଙ୍କ ବୋର୍ଡ ଅଫ ସ୍କୁଲ ଏଜୁକେସନ (ଡିବିଏସଇ) ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି।

{"id":623351,"width":839,"height":551,"sizeSlug":"full","linkDestination":"none"}

ଏଣୁ ଖୁବ୍ ଶୀଘ୍ର ଦିଲ୍ଲୀ ସ୍କୁଲମାନଙ୍କରେ ଫ୍ରେଞ୍ଚ ଲାଙ୍ଗୁଏଜ ସମେତ ଏହି ସବୁ ଭାଷା ଶିଖିବାର ବିକଳ୍ପ ଖୋଲିଯିବ। ସ୍କୁଲ ମାନଙ୍କରେ ଫରାସୀ ଭାଷା ପଢାଇବା ପାଇଁ ଇନଷ୍ଟେଚ୍ୟୁଟ୍ ଫ୍ରାନସେସେ ଏନ୍ ଇଣ୍ଡେଙ୍କ ସହିତ ଡିବିଏସଇ ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଫରାସୀ ରାଷ୍ଟ୍ରଦୂତ ଇମାନୁଏଲ ଲେନିନ ମଧ୍ୟ ଯୋଗ ଦେଇଥିଲେ। ଆଇଏଫଆଇ ଓ ଦି ଫ୍ରେଞ୍ଚ ଇନିଷ୍ଟେଚ୍ୟୁଟ୍ ଅଫ ଇଣ୍ଡିଆଙ୍କ ସହାୟତାରେ ଏହି ଉଦ୍ୟମକୁ ସଫଳ କରାଯିବ।

{"id":623352,"width":841,"height":473,"sizeSlug":"full","linkDestination":"none"}

ଶିକ୍ଷା ନିର୍ଦ୍ଦେଶକ ହିମାଂସୁ ଗୁପ୍ତା ପାଇଲଟ ଫେଜରେ ଫ୍ରେଞ୍ଚ ଲାଙ୍ଗୁଏଜ ପ୍ରୋଗ୍ରାମ ଦିଲ୍ଲୀର ୩୦ ସରକାରୀ ସ୍କୁଲରେ ଆରମ୍ଭ କରାଯିବ ବୋଲି କହିଛନ୍ତି। ଏହି ଭାଷା ଶିଖିବାର ବିକଳ୍ପ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଲାଗି ରହିବ। ପରେ ଦିଲ୍ଲୀର ଅନ୍ୟ ବିଦ୍ୟାଳୟଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ତେବେ ଫରାସୀ ଭାଷା ଶିକ୍ଷା ଛାତ୍ରଛାତ୍ରୀଙ୍କ ଲାଗି ଅପସନାଲ ରହିବ। ଏହା ବାଧ୍ୟତାମୂଳକ ହେବ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.