ଘଟଗାଁ ୨୦।୬: ସରିଲା ଛୁଟି, ଖୋଲିଲା ସ୍କୁଲ । ସ୍କୁଲ ଖୋଲିବାର ପ୍ରଥମ ଦିନରେ ଅଘଟଣ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ ଘଟିଛି ଅଘଟଣ । ଛାତ ପ୍ଲାଷ୍ଟର ଖସି ଛାତ୍ର ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଛୁଟି ପରେ ସ୍କୁଲ ଖୋଲୁଥିବାରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଆସିଥିଲେ । କିନ୍ତୁ ସ୍କୁଲରେ ଘଟିଥିଲା ଅଘଟଣ । ସ୍କୁଲ ଛାତ ପ୍ଲାଷ୍ଟର ଛାତ୍ରଙ୍କ ମୁଣ୍ଡ ଉପରେ ଖସିପଡିଥିଲା । ଫଳରେ ଛାତ୍ରଙ୍କ ମୁଣ୍ଡ ଫାଟି ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଛାତ୍ର ଜଣଙ୍କ ହେଲେ ୫ମ ଶ୍ରେଣୀର ଦିବ୍ୟାଂଶୁ ମହାନ୍ତି । ଛାତ୍ର ଜଣକ ଆହତ ହେବା ପରେ ତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଡ଼ାକ୍ତରଖାନା ନନେବା କାରଣରୁ ବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ତେବେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର କିପରି ଖସିଲା ଏବଂ ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ପୂର୍ବରୁ ଧ୍ୟାନ ଦେଲେ ନାହିଁ, ସେନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଲୋକେ ।
You Can Read:
ମଶାରୀ ଭିତରେ ପଶି ଦେଢ଼ଶୁରକୁ କଟୁରୀରେ ହାଣିଥିଲା ଭାଇ ବୋହୂ, ଭାଇ-ପୁତୁରା ସମେତ ୩ ଗିରଫ