ରାଜ୍ୟରେ ଫାୟାର ସେଫ୍ଟି ନିୟମ କଡାକଡି ହେବ, ଆରମ୍ଭ ହେବ ଆକ୍ସନ

Published By : Prameya-News7 Bureau | February 27, 2019 IST

ଭୁବନେଶ୍ବର୨୭|୨: ଫାୟାର ନିୟମ ପାଳନ ହେବ କଡା କଡି । ପାଳନ ନ କଲେ ଅକାସନ ନେବ ରାଜ୍ୟ ଅଗ୍ନିଶମ ବିଭାଗ । ଭୁବନେଶ୍ବର ସ୍ଥିତ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଅଗ୍ନିଶମ ଅଧିକାରୀମାନଙ୍କର ଏକ ଦିବସୀୟ ସମ୍ମିଳନୀ ରେ ଫାୟାର ଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି ।

{"id":89240}

ଏଣିକି ଫାୟାର ସେଫଟି ନିୟମ କଡା କଡି ଭାବେ ହେବ କାର୍ଯ୍ୟକାରୀ । ଫାୟାର ସେଫଟିର ନୂ୍ଆ ନିୟମ ଖୁବ ଶ୍ରିଘ୍ର ଲାଗୁ ହେବ । ଏହାକୁ ନେଇ କୌଣସି ପ୍ରକାର କୋଳହ ମନଭାବ ପୋଷଣ କରାଯିବ ନାହିଁ । ଫାୟର ଅଫିସରମାନେ ମଧ୍ୟ ଅତ୍ୟାଧୁନିକ କୌଷଳ ପାଇଁ ନେବେ ଟ୍ରେନିଂ । ଜରୁଳୀ କାଳୀନ ବଡ ଧରଣର ଫାୟାର ଜନିତ ଦୁର୍ଘଟଣା ପାଇଁ ଅଫିସରମାନେ ହେବ ପ୍ରଶିକ୍ଷିତ । ବିଶେଷ କରି ଟୋକ୍ସି ଗ୍ୟାସ ଜନିତ ଦୁର୍ଘଟଣାର କିଭଳି ମୁକାବିଲା ସେ ଦିଗରେ ସ୍ବତନ୍ତ ଟ୍ରନିଂ ପ୍ରୋଗ୍ରାମ ହେବ । ଭୁବନେଶ୍ବର ସ୍ଥିତ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଅଗ୍ନିଶମ ଅଧିକାରୀମାନଙ୍କର ଏକ ଦିବସୀୟ ସମ୍ମିଳନୀ ରେ ଫାୟାର ଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଗ୍ୟାସ ସ୍ପ୍ରିଙ୍କଲର ବ୍ୟବହାର କରାଯିବ । ସେହିପରି ଫାୟର ଅଫିସରମାନେ ଏଣିକି ଫାୟାର ଏଣ୍ଟ୍ରି ସୁଟ ଡ୍ରେସ ପରିଧାନ କରିବେ । ଏହି ଡ୍ରେସ ପିନ୍ଧି ନିଆଁ ଭିତରକୁ ମଧ୍ୟ ପଶି ହେବ ବୋଲି ଫାୟାର ଡିଜି ବି.କେ.ଶର୍ମା କହିଛନ୍ତି ।

{"id":89241}

 ଆଜିର ଏହି ଦିନିକିଆ ସମ୍ମିଳନୀରେ ଅଗ୍ନି ନିରାପତ୍ତା, ଅଗ୍ନି ସୁରକ୍ଷା ନିୟମ-୨୦୧୭ ସମ୍ପର୍କରେ ଅଗ୍ନିଶମ ଅଧିକାରୀମାନଙ୍କ ଅବଗତ କରାଯାଇଥିଲା । ବୈଠକରେ ରାଜ୍ୟ ଅଗ୍ନୀଶମ ବିଭାଗର ୧୩୨ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିସହ କେରଲର ମଧ୍ୟ ଏକ ପ୍ରତିନିଧି ଦଳ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।

{"id":89242}

ରାଜ୍ୟରେ ବଢୁଛି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା । ତେବେ ରାଜ୍ୟ ଅଗ୍ନିଶମ ବିଭାଗ ଏହାର ମୁକାବିଲା ଠିକ ଢଙ୍ଗରେ କରୁଛି । ଏହାକୁ ନେଇ ବିଭାଗ ପକ୍ଷରୁ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନିଅଯାଇଛି ।

{"id":89243}

ଅଗ୍ନିଶମ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ବରମୁଣ୍ଡାସ୍ଥିଚ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କର ଏକ ଦିବସୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଅଗ୍ନିଶମ , ଗୃହରକ୍ଷା ଏବଂ ବେସାମରିକ ପ୍ରତିରକ୍ଷା ଅନୁଷ୍ଠାନର ମହାନିର୍ଦ୍ଦେଶକ ବି.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ବୈଠକରେ ଅଗ୍ନି ନିରାପତ୍ତା, ଅଗ୍ନି ସୁରକ୍ଷା ନିୟମ-୨୦୧୭ ସମ୍ପର୍କରେ ଅଗ୍ନିଶମ ଅଧିକାରୀମାନଙ୍କୁ ସୁପରିଚିତ କରାଯିବ ।

{"id":89244}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.