ବାରମ୍ୱାର ଅଭିଯୋଗ ପରେ ଶୁଣିଲେନି କର୍ତ୍ତୃପକ୍ଷ, ମୋ ବସ ଟର୍ମିନାଲ ସାମ୍ନାରେ ଆନ୍ଦୋଳନ

Published By : Prameya-News7 Bureau | November 11, 2023 IST

ଭୁବନେଶ୍ୱର ୧୧/୧୧: ପାତ୍ରପଡାରେ ମୋ ବସ୍‌କୁ ବନ୍ଦ କରିଛନ୍ତି ଗ୍ରାମବାସୀ । ସକାଳୁ ପାତ୍ରପଡା ରୁଟ୍‌ ଦେଇ କୌଣସି ଵସ୍ ଚାଲିନାହିଁ । ମୋ ବସ ଡିପୋ ସାମ୍ନାରେ ପାତ୍ରପଡା ନୋଡାଲ ହାଇସ୍କୁଲ ରହିଛି । ପ୍ରତିଦିନ ମୋ ବସ୍ ଡ୍ରାଇଭର ମାନେ ମନମାନି ଗାଡି ଚଳାଉଛନ୍ତି ।

ପ୍ରତିଦିନ ପିଲାଙ୍କ ଆକ୍ସିଡେଣ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତିକି ଗାଈ ଗୋରୁ ମଧ୍ୟ ଆକ୍ସିଡେଣ୍ଟରେ ମରୁଛନ୍ତି । ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୋ ବସ୍ କର୍ତ୍ତୃପକ୍ଷ କୌଣସି ଆକ୍ସନ ନନେବାରୁ ଆଜି ବାଧ୍ୟ ହୋଇ ଗ୍ରାମବାସୀ, ସ୍କୁଲ ଛାତ୍ରଛାତ୍ରୀ ରାସ୍ତା ରୋକ କରିଛନ୍ତି । ଗ୍ରାମବାସୀଙ୍କୁ ସମର୍ଥନ କରି ବିଧାୟକ ସୁର ରାଉତରାୟ ମଧ୍ୟ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.